ସଂସ୍କୃତ ପଢ଼ିଲେ ଦୂର ହେବ ଡାଇବେଟିଜ ଓ କୋଲେଷ୍ଟ୍ରାଲ: ସାଂସଦ

An Independent Media

ସତନା: ଦେବ ଭାଷା ‘ସଂସ୍କୃତ’କୁ ସମଗ୍ର ବିଶ୍ୱର ଲୋକେ ସମ୍ମାନ ଦେଉଥିବା ବେଳେ ମଧ୍ୟପ୍ରଦେଶର ଜଣେ ବିଜେପି ସାଂସଦ ଏକ ଅଦ୍ଭୁତ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସତନାରୁ ବିଜେପି ସାଂସଦ ଗଣେଶ ସିଂହ ଗୁରୁବାର ଦାବି କରିଛନ୍ତି ଯେ, ସଂସ୍କୃତ କହିବା ଦ୍ୱାରା ଶରୀରରେ କ୍ଷତି ହୋଇଯାଉଥିବା ଅଙ୍ଗ ଭଲ ହୋଇଯାଇଥାଏ ଏବଂ ଡାଇବେଟିଜ ଓ କୋଲେଷ୍ଟ୍ରାଲ ନିୟନ୍ତ୍ରିତ ହୋଇଥାଏ । ସେ ଆମେରିକାର ଏକ ପ୍ରତିଷ୍ଠାନର ଗବେଷଣାର ଉଦାହରଣ ଦେଇଛନ୍ତି । ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଲ ଉପରେ ଲୋକସଭାରେ ହୋଇଥିବା ଚର୍ଚ୍ଚା ସମୟରେ ଗଣେଶ ସିିଂହ ଏହା କହିଛନ୍ତି । ସେ କହିଛନ୍ତି ଯେ, ଆମେରିକାର ଏକ ପ୍ରତିଷ୍ଠାନ ଗବେଷଣାରୁ ଜାଣିବାକୁ ପାଇଛି ଯେ, ସଂସ୍କୃତ ଭାଷା କହିବା ଦ୍ୱାରା ନର୍ଭସ (କ୍ଷତିଆଡ଼କୁ ମୁହାଁଉଥିବା) ଅଙ୍ଗ ଭଲ ହୋଇଯିବ । ଡାଇବେଟିଜ ଓ କୋଲେଷ୍ଟ୍ରାଲ ମଧ୍ୟ ନିୟନ୍ତ୍ରିତ ହେବ । ସେ କହିଛନ୍ତି, ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ଗବେଷଣା ଅନୁସାରେ ଯଦି କମ୍ପ୍ୟୁଟର ପ୍ରୋଗ୍ରାମିଂ ସଂସ୍କୃତରେ କରାଯିବ, ଏଥିରେ କୌଣସି ଅସୁବିଧା ହେବ ନାହିଁ । ସେ କହିଛନ୍ତି ଯେ ବିଶ୍ୱର ୯୭ ପ୍ରତିଶତରୁ ଅଧିକ ଭାଷା ସଂସ୍କୃତ ଉପରେ ଆଧାରିତ ।

error: Thank You Keep Visiting