ଖୁଲମଖୁଲା ଚାଲିଛି ଦେହ ବ୍ୟବସାୟ; ବେଫିକର ଡିଲ କରୁଛନ୍ତି ଦଲାଲ

An Independent Media

ବାଲେଶ୍ବର: ହୋଟେଲ ଓ ଗେଷ୍ଟ ହାଉସ ନାଁରେ ଖୁଲମଖୁଲା ଚାଲିଛି ଦେହ ବ୍ୟବସାୟ । ବେଫିକର ଦେହ ଡିଲ କରୁଛନ୍ତି ଦଲାଲ । ଟଙ୍କା ଦିଅ ସେବା ନିଅ । ବାଲେଶ୍ୱରରେ ଚାଲିଛି ଏଭଳି ଧନ୍ଦା । ହୋଟେଲ ବ୍ୟବସାୟ ନଁରେ ବେଫିକର ଭାବେ ଭିତିରିଆ କିପରି ଦେହ ବ୍ୟବସାୟ ଚାଲିଛି ତାର ପର୍ଦ୍ଦାଫାଶ ହୋଇଛି । ପ୍ରତି ଘଣ୍ଟା ପାଇଁ କେତେ ଟଙ୍କା ଦିଆଯିବ ତାର ମୁଲଚାଲ କରୁଛନ୍ତି ଦଲାଲ । ବାଲେଶ୍ୱର ପଶ୍ଚିମବଙ୍ଗ ସୀମାନ୍ତ ଜଳେଶ୍ୱର ଓ ଭୋଗରାଇରେ କିଭଳି ଟଙ୍କା ବଦଳରେ ଦେହ ଡିଲ ହେଉଛି । ପର୍ଯ୍ୟଟନ ମାନ୍ୟତା ଥିବା ତାଳସେରି ଓ ଭୋଗରାଇର ଅନେକ ସ୍ଥାନରେ ଚାଲିଛି ଏହି ଅସାଧୁ କାର୍ଯ୍ୟ । ଗ୍ରାହକ ଯୋଗାଡ଼ କରି ଯୁବତୀଙ୍କ ଦେହ ବ୍ୟବସାୟ ଚଳାଇଛନ୍ତି ଦଲାଲ । ରୋଜଗାର ହେଉଛି ମୋଟା ଅଙ୍କର ଟଙ୍କା । ଜଳେଶ୍ୱର ସହ ଭୋଗରାଇର ଅନେକ ସ୍ଥାନରେ ଥିବା ବେଧଡ଼କ ଦେହ ବ୍ୟବସାୟ ଚାଲୁଛି । ଅନେକ ସମୟରେ ସେଠାରୁ ଦେହଜୀବୀଙ୍କୁ ଗିରଫ ମଧ୍ୟ କରାଯାଇଛି । ଦଲାଲ ଗ୍ରାହକଙ୍କ ସହ କଥା ହୋଇ ଟଙ୍କା ଓ ସମୟ ଫାଇନାଲ କରୁଥିବା ଏକ ଭିଡ଼ିଓ ଭାଇରାଲ ହୋଇଛି । ଖୁଲମଖୁଲା ଦେହ ବେପାର ଚାଲିଥିଲେ ବି ପୋଲିସ ପ୍ରଶାସନ ପୁରା ଚୁପ । ଫଳରେ ଦିନ ଓ ରାତି ଯେକୌଣସି ସମୟରେ ହୋଟେଲରେ ହେଉଛି ଦେହ ବେପାର । ରୂପଜୀବୀ ପ୍ରସ୍ତୁତ, କେବଳ ପ୍ରତି ଘଣ୍ଟା ପାଇଁ କେତେ ଟଙ୍କା ଦିଆଯିବ ତାର ମୁଲଚାଲ କରାଯିବା ପରେ ଗ୍ରାହକଙ୍କ ସହ ଡିଲ କରାଯାଏ ।

error: Thank You Keep Visiting