ଦୃଷ୍ଟିହୀନ ଓ ବଧିର ସ୍କୁଲର ଛାତ୍ରଛତ୍ରୀମାନଙ୍କୁ ଦିଆଯାଉଛି ନିର୍ଯ୍ୟାତନା

Straight to the Point

ଢେଙ୍କାନାଳ: ଆବାସିକ ସ୍କୁଲରେ ଦୃଷ୍ଟିହୀନ ଓ ବଧିର ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ନିର୍ଯ୍ୟାତନା । ରାଜ୍ୟର ସବୁ ବିଭାଗରେ ସ୍ୱଚ୍ଛତା ନେଇ ବାହାସ୍ପଟ ମାରୁଛନ୍ତି ସରକାର । ତେବେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ଖାଇବାକୁ ଓ ପିନ୍ଧିବାକୁ ଦିଅଯାଉନଥିବା ଗୁମର ଖୋଲିଛନ୍ତି ଦୃଷ୍ଟିହୀନ ପିଲା । ଏପରି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲାରେ । ଢେଙ୍କାନାଳ ଜିଲ୍ଲା କଣ୍ଟାନାଳି ବାଇପାସ ପାଖ ଆବାସିକ ସ୍କୁଲରେ ଦୃଷ୍ଟିହୀନ ଓ ବଧିର ଛାତ୍ରଛାତ୍ରୀଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଏହା ସହ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଓ ପିନ୍ଧିବାକୁ ଦିଅଯାଉନଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ସଂପାଦକଙ୍କ ପୁଅ ମଦ ପିଇ ହଷ୍ଟେଲରେ ପଶି ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରୁଥିବା କହିଛନ୍ତି ଛାତ୍ରଛାତ୍ରୀ । ଏହି ଅଭିଯୋଗ ନେଇ ଆଜି ସ୍କୁଲ ସଂପାଦକଙ୍କୁ ଘେରାଉ କରିଛନ୍ତି କ୍ଷୁବ୍ଧ ଛାତ୍ରଛାତ୍ରୀ ।

error: Thank You Keep Visiting