ଝାଡ଼ଖଣ୍ଡ: ଆଜି ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ

An Independent Media

ରାଞ୍ଚି : ଝାଡ଼ଖଣ୍ଡରେ ସୋମବାର ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେଉଛି। ଏଥି ଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଏହି ପର୍ଯ୍ୟାୟରେ ଧାନବାଦ, ଦେଓଘର, ଗିରିଡିହୀ ଓ ବୋକାରୋ ଆଦି ୪ଟି ଜିଲ୍ଲାର ୧୫ଟି ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ। ନକ୍ସଲ ଅଧୁଷିତ ବାଗୋଦର, ଜାମୁଆ, ଗିରିଡିହୀ, ଡୁଙ୍ଗୁରି ଓ ତୁଣ୍ଡି ଆଦି ୫ଟି ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଅନୁଷ୍ଠିତ ହେଉ ଥିବାବେଳେ ଅବିଶିଷ୍ଟ ୧୦ଟି ନିର୍ବାଚନ ମଣ୍ଡଳୀରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ନିଆଯିବ।

error: Thank You Keep Visiting