ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶାଶୂ ରାବଡୀ ଦେବୀଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିଲେ ବୋହୂ

An Independent Media

ପାଟଣା: ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ରବିବାର ସନ୍ଧ୍ୟାରେ ଶାଶୂ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଶାଶୂ ଐଶ୍ୱର୍ଯ୍ୟା ତାଙ୍କର ମୁଣ୍ଡ ବାଳ ଟାଣିବା ପରେ ଆକ୍ରମଣ କରିଛନ୍ତି । ପାଟଣାର ୧୦, ସାର୍କ୍ୟୁଲାର ରୋଡରେ ରବିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କ ନିବାସରେ ଏହି ଘଟଣା ଘଟିଥିବା ଅଭିଯୋଗ ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଐଶ୍ୱର୍ଯ୍ୟା କହିଛନ୍ତି, ବିଗତ କିଛି ମାସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ ଘଟଣା । ସେ କହିଛନ୍ତି, ରାବଡ଼ି ଦେବୀ ମୋର ମୁଣ୍ଡ ବାଳ ଟାଣି ଥିଲେ ଏବଂ ପରେ ଆକ୍ରମଣ କରିଥିଲେ । ଏହା ପରେ ମୋତେ ବଡ଼ିଗାର୍ଡମାନଙ୍କ ଦ୍ୱାରା ମୋତେ ଘରୁ ତଡ଼ି ଦିଆଯାଇଥିଲା । ଏହି ଘଟଣା ପରେ ଐଶ୍ୱର୍ଯ୍ୟାଙ୍କ ପିତା ତଥା ବିଧାୟକ ଚନ୍ଦ୍ରିକା ରାୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ପହଞ୍ଚିଥିଲେ । ରାବଡ଼ି ଦେବୀଙ୍କ ବିରୋଧରେ ସଚିବାଳୟ ପୋଲିସ ଷ୍ଟେସନରେ ହୋଇଥିବା ଅଭିଯୋଗ ଅନୁସାରେ ଆହତ ହେବା ପରେ ଐଶ୍ୱର୍ଯ୍ୟାଙ୍କୁ ଏକ ସ୍ଥାନୀୟ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା ।

error: Thank You Keep Visiting