ଲୋକସଭାର ଆସନ ସଂଖ୍ୟା ୧୦୦୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ : ପ୍ରଣବ ମୁଖାର୍ଜୀ

An Independent Media

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଲୋକସଭାର ଆସନ ସଂଖ୍ୟା ୧୦୦୦ ପର୍ଯ୍ୟନ୍ତ କରାଯିବାକୁ ପରାମର୍ଶ ଦେଇଛନ୍ତି । ସେ ରାଜ୍ୟସଭାରେ ଆସନ ବୃଦ୍ଧି କରିବାକୁ ମଧ୍ୟ କହିଛନ୍ତି । ପ୍ରଣବ ମୁଖାର୍ଜୀ କହିଛନ୍ତି ଯେ, ଜନପ୍ରତିନିଧିଙ୍କ ପାଇଁ ବର୍ତ୍ତମାନ ନିଜର ନିର୍ବାଚନ ମଣ୍ଡଳୀ ବହୁତ ବଡ଼ ହୋଇଛି ଏବଂ ଏହାକୁ ନିୟନ୍ତ୍ରଣ କରିବା ସହଜ ହେଉ ନାହିଁ । ପୂର୍ବତନ ରାଷ୍ଟ୍ରପତି ଦିଲ୍ଲୀରେ ଆୟୋଜିତ ଦ୍ୱିତୀୟ ଅଟଳ ବିହାରୀ ବାଜପେୟୀ ସ୍ମାରକୀ କାର୍ଯ୍ୟକ୍ରମରେ ଏହା କହିଛନ୍ତି । ପ୍ରଣବ କହିଛନ୍ତି, ଶେଷ ଥର ପାଇଁ ଲୋକସଭାର ଆସନ ସଂଖ୍ୟା ୧୯୭୭ରେ ବଢ଼ାଯାଇଥିଲା । ସେହି ସମୟରେ ୧୯୭୧ ଜନଗଣନା ଆଧାରରେ ଏହା କରାଯାଥିଲା, ଯେତେବେଳେ କି ଭାରତର ଲୋକସଂଖ୍ୟା ୫୫ କୋଟି ଥିଲା । ସେ କହିଛନ୍ତି ଯେ, ଦେଶର ଜନସଂଖ୍ୟା ଏପର୍ଯ୍ୟନ୍ତ ୨ ଗୁଣରୁ ଅଧିକ ହୋଇଯାଇଛି । ସେଥିପାଇଁ ଦେଶରେ ସିଟ ସଂଖ୍ୟା ବଢ଼ାଯିବାର ଆବଶ୍ୟକତା ରହିଛି । ଏଭଳି ସ୍ଥିତିରେ ଜନସଂଖ୍ୟା ବଢ଼ାଇ ୧୦୦୦ କରାଯିବା ଦରକାର ।

error: Thank You Keep Visiting