ଆଲିଗଡ଼-ମେରଠରେ ଇଣ୍ଟରନେଟ ସେବା ବନ୍ଦ, ମଉରେ ହିଂସାକାଣ୍ଡ

An Independent Media

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଆଲିଗଡ଼ ଓ ରାଜଧାନୀ ଲକ୍ଷ୍ନୌ ରେ ଦେଖାଯାଇଥିବା ହିଂସାର ନିଆଁ ପୂର୍ବାଞ୍ଚଳର ମଉକୁ ଛୁଇଁଛି । ମଉ ଜିଲ୍ଲାରେ ସୋମବାର ନାଗରିକତା ଆଇନକୁ ବିରୋଧ କରି ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ତୀବ୍ର ବିରୋଧ କରିଛନ୍ତି । ହଜାର ହଜାର ପ୍ରଦର୍ଶନକାରୀ ରାଜରାସ୍ତକୁ ଆସି ବିରୋଧ ପ୍ରଦର୍ଶନ କରିବା ସମୟରେ ଦକ୍ଷିଣ ଟୋଲା ଥାନାରେ ଅଗ୍ନି ସଂଯୋଗ କରିଛନ୍ତି । ଉତ୍ତର ପ୍ରଦେଶ ଡିଜିପି ଓପି ସିଂହ କହିଛନ୍ତି ଯେ, ମଉ ବର୍ତ୍ତମାନ ନିୟନ୍ତ୍ରଣରେ ଅଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଧାରା ୧୪୪ ଜାରି କରିଦିଆଯାଇଛି । ଅନ୍ୟପକ୍ଷରେ ମଉର ଜିଲ୍ଲାପାଳ ଜ୍ଞାନ ପ୍ରକାଶ ତ୍ରିପାଠୀ କହିଛନ୍ତି, ସନ୍ଧ୍ୟା ୫ଟାରୁ ଉପଦ୍ରବ କରିଥିବା ପ୍ରଦର୍ଶନକାରୀଙ୍କୁ ଶାନ୍ତି କରିବା ପାଇଁ ଜିଲ୍ଲା ପ୍ରଶାସନ କର୍ଫ୍ୟୁ ଲାଗୁ କରିବା ପାଇଁ ଅଲ୍ଟିମେଟମ ଦେଇଥିଲା । ଏହାଦ୍ୱାରା ଭିଡ଼ରୁ ଲୋକଙ୍କୁ ମୁକ୍ତି ମିଳିବ । ସେ କହିଛନ୍ତି ଯେ, ଲୋକେକୁ ପରିସ୍ଥିତି ଶାନ୍ତି ହେବା ଯାଏଁ ଘର ଭିତରେ ରହିବା ସହିତ ଧାରା ୧୪୪ ଲାଗୁ କରାଯିବା ନେଇ ସୂଚନା ଦେଇଛନ୍ତି ।

error: Thank You Keep Visiting