ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ

An Independent Media

ଇସଲାମାବାଦ ( ଏଜେନ୍ସି ) : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ପାକିସ୍ତାନର ସ୍ବତନ୍ତ୍ର କୋର୍ଟ ମଙ୍ଗଳବାର ଏହି ରାୟ ଶୁଣାଇଛନ୍ତି। ୨୦୦୭ରେ ମୁଶରଫ ସମ୍ବିଧାନର ଊର୍ଦ୍ଧ୍ଵକୁ ଯାଇ ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏ ନେଇ ୨୦୧୩ରେ ତାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ସ୍ବତନ୍ତ୍ର କୋର୍ଟରେ ବିଚାରାଧୀନ ରହିଥିଲା। କୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ମୁଶରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଏଭଳି ରାୟ ପାକିସ୍ତାନ ଇତିହାସରେ ପ୍ରଥମ ବୋଲି ଜଣାପଡ଼ିଛି।

error: Thank You Keep Visiting