ଆଇଟିଡିଏ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

An Independent Media

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଇଟିଡିଏ ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଆଇଟିଡିଏ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ସୂଚନାନୁସାରେ, ମୟୂରଭଞ୍ଜ ଆଇଟିଡିଏ ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ରଙ୍କ ଘରେ ଭିଜିଲାନ୍ସର ଏକ ଟିମ ଆଜି ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଇଛି । ଏକକାଳୀନ ୪ଟି ସ୍ଥାନରେ ଏହି ଚଢାଉ କରାଯାଇଛି । ଆଜି ଭୋରୁ ଭିଜିଲାନ୍ସର ଟିମ ଦୁର୍ଗାମାଧବ ମିଶ୍ରଙ୍କ ବାରିପଦାସ୍ଥିତ ମୁର୍ଗାବାଡ଼ିରେ ଭଡ଼ାଘର, ବାରିପଦାସ୍ଥିତ ଅଫିସ, ଭୁବନେଶ୍ୱରରେ ଥିବା ଏକ ଫ୍ଲାଟରେ ଚଢାଉ କରିଛି । ଏହାସହ ନୟାଗଡ଼ସ୍ଥିତ ପୈତୃକ ଘରେ ମଧ୍ୟ ଭିଜିଲନ୍ସ ଚଢାଉ କରାଯାଇଛି । ତେବେ ଏହି ଘଟଣାରେ ଏକ ଟ୍ୱିଷ୍ଟ ମଧ୍ୟ ଆସିଛି । ଭିଜିଲାନ୍ସ ଚଢାଉ ସମ୍ପର୍କରେ ଜାଣିପାରି ଗତକାଲି ରାତିରେ ଦୁର୍ଗମାଧବ ମିଶ୍ର ତାଙ୍କ ଭଡ଼ା ଘରେ ତାଲା ପକାଇ କେଉଁଆଡ଼େ ଚାଲିଯାଇଥିବା ଜଣାପଡ଼ିଛି । ଫଳରେ ଭିଜିଲାନ୍ସ ଅଧିକାରୀ ତାଙ୍କ ଘର ଆଗରେ ଜଗି ରହିଛନ୍ତି ।

error: Thank You Keep Visiting