ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ଗୃହମନ୍ତ୍ରୀ ଅମିତ ଶାହା

An Independent Media

ପୁରୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୁଇ ଦିନିଆ ଓଡିଶା ଗସ୍ତର ଆଜି ଦ୍ଵିତୀୟ ଦିବସ । ଏହି ଅବସରରେ ଶ୍ରୀ  ଶାହା ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଜନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ପ୍ରହ୍ଲାଦ ସିଂହ ପଟେଲ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ସାଂସଦ ଅରୁଣ ସିଂହ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶାହ ପୁରୀରେ ପହଞ୍ଚିବା ପରେ ଲାଲ ରଙ୍ଗର କାରପେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ଓ କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିରକୁ ଯାଇଥିଲେ। ସିଂହଦ୍ୱାରରେ ଶାହଙ୍କୁ ସ୍ୱାଗତ କରାଯାଇଥିଲା। ପରେ ସେ ସ୍ୱତନ୍ତ୍ର ପଣ୍ଡା, ସେବାୟତଙ୍କ ସହ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହାପରେ ମୁକ୍ତି ମଣ୍ଡପରୁ ଆଶୀର୍ବାଦ ନେଇଥିଲେ ବୋଲି ସୂଚନା ମିଳିଛି।

error: Thank You Keep Visiting