ପୁରୀରୁ ଫେରି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହା

An Independent Media

ଭୁବନେଶ୍ଵର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଗୃହମନ୍ତ୍ରୀ ଅମିତ ଶାହା ଆଜି ପ୍ରଥମେ ପୁରୀଯାଇ ଶ୍ରୀ ଜୀଉ ମାନଙ୍କ ଦର୍ଶନ ସାରି ଆସି  ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପୁରୀରୁ  ଫେରି  ସେ ପ୍ରଭୁ ଲିଙ୍ଗରାଜଙ୍କୁ ପୂଜାର୍ଚ୍ଚନା କରିଛନ୍ତି ।

ଆଜି ସକାଳେ ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ କରିବା ପରେ ଗୃହମନ୍ତ୍ରୀ ଅମିତ ଶାହା ଲିଙ୍ଗରାଜ ମନ୍ଦିର ଗସ୍ତ କରିଥିଲେ । ପୁରୀ ପରେ ସେ ଭୁବନେଶ୍ୱର ଆସି ଲିଙ୍ଗରାଜ ମନ୍ଦିରରେ ପହଂଚିଥିଲେ ।  ସେଠାରେ ଅମିତ ଶାହାଙ୍କୁ ପ୍ରଶାସନ ତରଫରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା  । ଏହା ପରେ ମନ୍ଦିରର ପୂଜାରୀମାନେ ଶାହାଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ ।  ସେଠାରେ ଅମିତ ଶାହା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ପୂଜାର୍ଚ୍ଚନା ଓ ଦର୍ଶନ କରିଛନ୍ତିି । ଅମିତ ଶାହାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ପ୍ରହ୍ଲାଦ ସିଂ ପଟେଲ ଉପସ୍ଥିତ ଥିଲେ  । ଏହା ସହ ସେଠାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଦି ଉପସ୍ଥିତ ଥିଲେ।

ଶାହାଙ୍କ ଶ୍ରୀଲିଙ୍ଗରାଜ ଦର୍ଶନ ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା  । ମହାପ୍ରଭୁଙ୍କ ଦର୍ଶନ ପରେ ଶାହା ମଧ୍ୟାହ୍ନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପହଞ୍ଚିବେ । ଏଥି ସହ ସେ ଦୁଇ ଦିନିଆ ଗସ୍ତ ଶେଷ କରି ଦିଲ୍ଲୀ ଫେରିଯିବେ ।

error: Thank You Keep Visiting