ବେପରୁଆ ଗାଡି ଚଳାଇବାରୁ ଦିନକରେ 1କୋଟି ଫାଇନ ଆଦାୟ

An Independent Media

ଭୁବନେଶ୍ୱର: ଆମ ରାଜ୍ୟରେ ୨୪ ଘଣ୍ଟା ଭିତରେ ୩୮୭୦  ଜଣ ଙ୍କ ପାଖରୁ ଆଦାୟ ହୋଇଛି ୧ କୋଟି ୬ ଲକ୍ଷ  ଟଙ୍କା । ତିନି ଜଣ ବସି ଗାଡି ଚଳାଉଥିବା ଅଭିଯୋଗ ରେ ୧୨୬  ଜଣ ଧରାପଡିଛନ୍ତି । ମୋବାଇଲ ବ୍ୟବହାର କରି ଗାଡି ଚଲାଉଥିବା ଅଭିଯୋଗରେ ୪୮ ଜଣଙ୍କ ଠାରୁ ଫାଇନ ଆଦାୟ କରାଯାଇଛି । ରାସ୍ତାର ବିପରୀତ ଦିଗ ରେ ଗାଡି ଚଳାଇ ୧୦ ଜଣଙ୍କ ଠାରୁ ଫାଇନ ଆଦାୟ କରାଯାଇଛି । ସେହିଭଳି ମଦ ପିଇ ଗାଡି ଚଳାଉଥିବା ଅଭିଯୋଗରେ ୨୪ ଜଣଙ୍କଠାରୁ ଫାଇନ ଆଦାୟ କରାଯାଇଛି । ବିନା ହେଲମେଟର ବ୍ୟବହାର କରି ଗାଡି ଚଳାଉ ଥିବା ଅଭିଯୋଗରେ ୧୮୩୧ ଜଣଙ୍କ ଠାରୁ ଫାଇନ ଆଦାୟ କରାଯାଇଛି । ବିନା ସିଟ ବେଲ୍ଟ ରେ ଗାଡି ଚଳାଉ ଥିବା ଅଭିଯୋଗରେ ୩୪୯ ଜଣଙ୍କ ଟାରୁ ଫାଇନ ଆଦାୟ କରାଯାଇଛି । ଦ୍ରୁତ ଗାଡି ଚାଳନା ଅଭିଯୋଗରେ ୨୭୭ ଜଣଙ୍କ ଠାରୁ ଜୋରିମାନା ଆଦାୟ ହୋଇଛି। ଜୋରିମାନା ଭରିଥିବା ୩୮୭୦ ଜଣଙ୍କ ମଧ୍ୟରୁ ଆର ଟି ଓ  ଦ୍ୱାରା ୧୭୫୮ ଜଣ ଙ୍କ ପାଖରୁ-88 ଲକ୍ଷ ଓ ପୋଲିସ ଦ୍ୱାରା ୨୧୧୨- ଜଣଙ୍କ ପାଖରୁ ୧୮ ଲକ୍ଷ ଟଙ୍କା ଆଦାୟ କରିଛି । ସେହଭଳି ମଦ ପିଇ ଗାଡି ଚଳାଇ ଧରାପଡୁଥିବା ଚାଳକଙ୍କ ବିରୁଦ୍ଧରେ ସିଧାସଳଖ ମାମଲା ରୁଜୁ କରୁଛି ପୋଲିସ । ଏ ନେଇ ସୂଚନା ଦେଇଛନ୍ତି  ପରିବହନ ମନ୍ତ୍ରୀ ପଦ୍ନନାଭ ବେହେରା

error: Thank You Keep Visiting