ନିର୍ଭୟା ଦୋଷୀ ପବନର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି

An Independent Media

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନ୍ କୁମାର ଗୁପ୍ତାର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଛନ୍ତି। ସୋମବାର ଅପରାହ୍ଣରେ ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ ହେବା ପରେ ପବନ କୁମାର ଗୁପ୍ତା ରାଜକ୍ଷମା ଲାଗି ରାଷ୍ଟ୍ରପତିଙ୍କୁ ଆବେଦନ କରିଥିଲା।  ଆଜି ପୂର୍ବାହ୍ନରେ ସୁପ୍ରିମ୍‌ କୋର୍ଟଙ୍କ ପାଞ୍ଚଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ପବନ କୁମାର ଗୁପ୍ତଙ୍କ କ୍ୟୁରେଟିଭ୍‌ ପିଟିସନ୍‌କୁ ଖାରଜ କରିଥିଲେ।  ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅନ୍ୟ ତିନି ଦୋଷୀଙ୍କ ସହ ଫାଶୀ ପାଇବାର ଗୋଟିଏ ଦିନ ଆଗରୁ ପବନ ରାଜକ୍ଷମା ଲାଗି ଆବେଦନ କରିଥିଲା।ଅନ୍ୟପକ୍ଷରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୁଇ ଦୋଷୀ ଅକ୍ଷୟ ଓ ପବନ୍ ଗତ ୨୯ ତାରିଖରେ ସେମାନଙ୍କ ମୃତ୍ୟୁ ପରୱାନା ଉପରେ ରୋକ ଲଗାଇବା ଲାଗି କରିଥିବା ଆବେଦନକୁ ଆଜି ପଟିଆଲା ହାଉସ୍ କୋର୍ଟ ଖାରଜ କରି ଦେଇଛନ୍ତି। ଶନିବାର ଦୋଷୀ ଅକ୍ଷୟ ଠାକୁର ପୁଣି ଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଜକ୍ଷମା ଆବେଦନ କରିଥିଲା।  ସେହିଭଳି ଶନିବାର ଦୋଷୀ ପବନ କୁମାର ଗୁପ୍ତା ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଦାଖଲ କରିଥିଲା। ୩ ମାର୍ଚରେ ଫାଶୀ ପୂର୍ବରୁ ପବନ ଗୁପ୍ତା ତା’ର ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ନିବେଦନ କରିଥିଲା। ଏହି ଦୁଇ ଆବେଦନକୁ ଦର୍ଶାଇ ଦୋଷୀ ପୱନ୍ ଓ ଅକ୍ଷୟଙ୍କ ଓକିଲ ମୃତ୍ୟୁ ପରୱାନା ଉପରେ ରହିତାଦେଶ ଲାଗି ଆବେଦନ କରିଥିଲେ। ଆଜି ସୁପ୍ରିମକୋର୍ଟ ପବନ ଗୁପ୍ତାର କ୍ୟୁରେଟିଭ୍ ପିଟିସନକୁ ଖାରଜ କରିବା ପ‌ରେ ଟ୍ରାଏଲ୍ କୋର୍ଟ ମଧ୍ୟ ମୃତ୍ୟୁ ପରୱାନା ଉପରେ ରୋକ ଲାଗି କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି। ବର୍ତ୍ତମାନ ପବନର ରାଜକ୍ଷମା ଆବେଦନ ଖାରଜ ହେବା ପରେ ଆସନ୍ତାକାଳି ୪ ଅପରାଧୀଙ୍କ ଫାଶୀ ଏକପ୍ରକାର ନିଶ୍ଚିତ ହୋଇଯାଇଛି।

error: Thank You Keep Visiting