ନୀଳାଦ୍ରି ନୀଳୟ ଯୋଜନାରେ ବଡଦାଣ୍ଡ ହେବ ଭିକାରିମୁକ୍ତ
ପୁରୀ : ପୁରୀ ସହର ଭିକାରି ମୁକ୍ତ କରାଯିବ ! ପୁରୀ ସହର ତଥା ଏହାର ଆଖପାଖ ଅଞ୍ଚଳକୁ ଭିକାରି ମୁକ୍ତ କରିବା ସହ ସେମାନଙ୍କର ପୁନର୍ବାସ କରିବାକୁ ‘ନୀଳାଦ୍ରି ନିଳୟ’ ନାମକ ଏକ ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ ସହରକୁ ଭିକାରି ମୁକ୍ତ କରାଯାଇ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଥଇଥାନ କରାଯିବ।ପୁରୀ ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଏଠାରେ ଭିକାରିଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ। ତେଣୁ ଏଠାରେ ଥିବା ଭିକାରିଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଏହି ଯୋଜନା ଆରମ୍ଭ ହୋଇଛି। ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ୮ଟି ‘ନୀଳାଦ୍ରି ନିଳୟ’ ଭିକାରି ପୁନର୍ବାସ ଗୃହ ନିର୍ମାଣ ହେବ। ପ୍ରତି ଗୃହରେ ୫୦ଜଣ ଭିକାରିଙ୍କ ରହିବା, ଖାଇବା ଇତ୍ୟାଦିର ବ୍ୟବସ୍ଥା ହେବ। ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ।