ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲାରେ ୪୯୪କୋଟି ୪୩ଲକ୍ଷ ପ୍ରକଳ୍ପର କଲେ ଉଦ୍ଘାଟନ

An Independent Media

ସୁନ୍ଦରଗଡ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ୪୯୪ କୋଟି ୪୩ଲକ୍ଷ ଟଙ୍କାରେ ନିର୍ମିତ ୪୧ଟି ପ୍ରକଳ୍ପର ଶୁଭ ଉଦ୍‍ଘାଟନ କରିଛନ୍ତି। ଏହା ମଧ୍ୟରେ ସୁନ୍ଦରଗଡର ଇବ୍‍ ନଦୀ କୂଳରେ ୮୫କୋଟି ଟଙ୍କା ବ୍ୟୟରେ ନିର୍ମିତ ରିଂ ରୋଡ ଓ ଭୋଜପୁର ନିକଟ ଇବ୍‍ ନଦୀ ଉପରେ ୧୬କୋଟି ଟଙ୍କା ବ୍ୟୟରେ ନିର୍ମିତ ସେତୁ, ୨୨କୋଟି ୮୫ଲକ୍ଷ ଟଙ୍କା ବ୍ୟୟରେ ଭବନୀଭବନ ପଡିଆର ଉନ୍ନତିକରଣ ଆଦି ଯୋଜନା ରହିଛି। ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ୧୦୩୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୧୦୨ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ବୋଲି ଜଣାପଡିଛି। ବିଶେଷକରି କୋଇଡ଼ା ବ୍ଲକର ୩୨ଟି ଏବଂ ଲହୁଣିପଡ଼ା ବ୍ଲକର ୫୫ଟି ଯୋଗାଯୋଗବିହୀନ ବସତି ପାଇଁ ସଡ଼କ ନିର୍ମାଣ ପ୍ରକଳ୍ପ ଓ ଜିଲ୍ଲାର ୧୦ଟି ବ୍ଲକ ପାଇଁ ୮୩ଟି ଉଠାଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

error: Thank You Keep Visiting