ଓଡିଶାରେ କୋରୋନା ସନ୍ଦିଗ୍ଧ
ସମ୍ବଲପୁର : ଦିନକୁଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ । ଏହାରି ମଧ୍ୟରେ ବୁର୍ଲା ଭିମସାରରେ ଜଣେଯୁବକ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ତାଙ୍କୁ ସ୍ୱତନ୍ତ୍ର ଆଇସୋଲେସନୱାର୍ଡ଼ରେ ଚିକିତ୍ସା କରାଯାଉଛି । ସେହି ଯୁବକଙ୍କ ଘର ସୋନପୁର ଜିଲ୍ଲାରେ ବୋଲି ସୂଚନା ମିଳିଛି ।କିଛିଦିନ ପୂର୍ବେ ଯୁବକ ଜଣକ ଦୁବାଇରୁ ଘରକୁ ଫେରିଥିଲେ ।
ସେହିପରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତି ଭର୍ତ୍ତି ହୋଇଛନ୍ତି । ସେ ଗତ ତିନି ଦିନ ତଳେ ଆଣ୍ଡାମାନ ନିକୋବରରୁ ଫେରିଥିଲେ । କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।