ଅନଲାଇନ ପରୀକ୍ଷାରେ ପାସ କଲେ ମିଳିବ ଡ୍ରାଇଭିଙ୍ଗ ଲାଇସେନ୍ସ

An Independent Media

ନୂଆଦିଲ୍ଲୀ:  ବିହାରରେ କଠୋର ହେଲା ଡ୍ରାଇଭିଙ୍ଗ ଲାଇସେନ୍ସ ପାଇବା  | ବିହାର ସରକାର ଡ୍ରାଇଭିଙ୍ଗ ଲାଇସେନ୍ସ ସମ୍ବଳିତ ନିୟମରେ ପରିବର୍ତ୍ତନ କରିଛନ୍ତି | ନୂଆ ନିୟମ ମୁତାବକ ଏଣିକି ସେହିମାନଙ୍କୁ ଲାଇସେନ୍ସ ମିଳିବ ଯେଉଁମାନେ ପାଠ ପଢ଼ିଥିବେ | ବିହାର ସରକାର ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଅନଲାଇନ ଟେଷ୍ଟ ନେବା ଆରମ୍ଭ କରିଦେଇଛନ୍ତି | ଏହି ଅନଲାଇନ ଟେଷ୍ଟରେ ଆପଣଙ୍କୁ ଅତି କମରେ ୫୦ ପ୍ରତିଶତ ପ୍ରଶ୍ନର ଉତ୍ତର ଦେବାକୁ ପଡିବ |ବିହାରର ପରିବହନ ମନ୍ତ୍ରୀ ସନ୍ତୋଷ ନିରାଲା କହିଛନ୍ତି ଯେ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଅନଲାଇନ ପରୀକ୍ଷା ନିୟମକୁ ତୁରନ୍ତ ଲାଗୁ କରିଦିଆଯାଇଛି | ଲୋକଙ୍କୁ ଲାଇସେନ୍ସ କରିବାକୁ ହେଲେ କମ୍ପ୍ୟୁଟର ସାମ୍ନାରେ ବସି ଟେଷ୍ଟ ଦେବାକୁ ହେବ | ଆବେଦକ ଉଭୟ ହିନ୍ଦୀ ଓ ଇଂରାଜୀରେ ପରୀକ୍ଷା ଦେଇପାରିବେ | ଏଭଳି ନୂଆ ନିୟମ ପାଠ ପଢିନଥିବା ଡ୍ରାଇଭରଙ୍କ ପାଇଁ କଷ୍ଟସାଧ୍ୟ ହୋଇଯିବ | କାରଣ ଅଧିକାଂଶ ଡ୍ରାଇଭର ଭଲ ଭାବରେ କମ୍ପ୍ୟୁଟର ଚଳାଇବା ଜାଣିନଥାନ୍ତି |

error: Thank You Keep Visiting