କୋରୋନା ଆତଙ୍କ ନେଇ ଆଡଭାଇଜରି ଜାରି କାଲେ ଓଡିଶା ସରକାର

An Independent Media

ଭୁବନେଶ୍ୱର: କରୋନାଭାଇରସ୍‌ ସଂକ୍ରମଣ ଭୟରେ ଆଜି ଓଡ଼ିଶା ସରକାର ଆଡଭାଇଜରି ଜାରି କରିଛନ୍ତି। ଏହି ମାରାତ୍ମକ ଭାଇରସ  ସଂକ୍ରମଣରୁ ସୁରକ୍ଷିତ ରହିବାକୁ ନିମ୍ନ ଲିଖିତ ବ୍ୟବସ୍ଥା କରାଯିବା ଉଚିତ ବୋଲି ଏଥିରେ ଦର୍ଶାଯାଇଛି।

  •  କର୍ମଚାରୀମାନେ ନିୟମିତ ଭଲଭାବେ ହାତ ଧୋଇବା ଆବଶ୍ୟକ। ତେଣୁ ଓ୍ଵାସ୍‌ ବେସିନ୍‌ ନିକଟରେ ସାବୁନ ଓ ସାନିଟାଇଜିଙ୍ଗ୍‌ ହ୍ୟାଣ୍ଡ୍‌ ରବ୍‌ ଆଦି ରଖାଯିବା ଉଚିତ। ବାରମ୍ବାର ହାତ ଧୋଇବା ଦ୍ୱାରା ଭୂତାଣୁ ମରିବା ସହ କରୋନାଭାଇରସ୍‌ ବ୍ୟାପୀବା ବନ୍ଦ ହେଉଥିବାରୁ ପ୍ରବାହମାନ ପାଣି ବ୍ୟବସ୍ଥା କରାଯିବା ଉଚିତ। କେମିତି ହାତ ଧୁଆଯିବ ସେ ସଂକ୍ରାନ୍ତରେ ପୋଷ୍ଟର୍‌ ଲଗାନ୍ତୁ।
  •  କର୍ମସ୍ଥଳୀ ପରିଷ୍କାର ପରିଚ୍ଛନ୍ନ ରହିବା ଉଚିତ। ଏଠାରେ ଥିବା ସମସ୍ତ ଡେସ୍କ୍‌, ଟେବୁଲ, ଟେଲିଫୋନ୍‌ ଏବଂ କି’ବୋର୍ଡ ଆଦି ୭୦% ଆଲ୍‌କହଲ୍‌ ଥିବା ବିଶୋଧକରେ ପୋଛାଯିବା ଆବଶ୍ୟକ।
  •  କର୍ମକ୍ଷେତ୍ରରେ ସ୍ୱାସ୍ଥ୍ୟକର ସ୍ୱାଶପ୍ରଶ୍ୱାସ ନେବା ବିଷୟରେ ଧାରଣା ଦିଆଯାଉ। ଛେପ, ଖଙ୍କାର ପକାଇବା ଓ କାଶିବା ସମୟରେ ଶାଳୀନତା ରକ୍ଷା ସଂକ୍ରାନ୍ତ ପୋଷ୍ଟର୍‌ ଲଗାଯାଉ। ଟିସୁ ପେପର୍‌, ମାସ୍କ ଏବଂ ଢାଙ୍କୁଣି ଥିବା ବିନ୍‌ ରଖାଯାଉ।
  • ଫ୍ଲୁ ଭଳି ଲକ୍ଷଣ ଦେଖାଦେଲେ ସମ୍ପୃକ୍ତ କର୍ମଚାରୀଙ୍କୁ ଘରେ ଏକାନ୍ତରେ ରହିବାକୁ କୁହାଯାଉ। କାରଣ ସାମାନ୍ୟ ଜ୍ୱର ଏବଂ କଫ ମଧ୍ୟ କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇଥିବାର ଆଭାସ ହୋଇଥାଇ ପାରେ।
  • ହ୍ୟାଣ୍ଡ୍‌ସେକ୍‌ ଓ ଆଲିଙ୍ଗନ ଆଦି  କରନ୍ତୁ ନାହିଁ। ଅନ୍ୟମାନଙ୍କ ଠାରୁ ଅନ୍ୟୂନ ଗୋଟିଏ ମିଟର ଦୂରରେ ରହି କଥାବର୍ତ୍ତା କରନ୍ତୁ।
  •  ଆବଶ୍ୟକ ନ ହେଲେ କର୍ମଚାରୀମାନେ ମଲ୍‌, ବଜାର, ଷ୍ଟେସନ୍‌, ମେଳା ଆଦିକୁ ଯାଆନ୍ତୁ ନାହିଁ।
  •  କାଶୁଥିବା ଓ ସିଙ୍ଘାଣି ବୋହୁଥିବା ଲୋକମାନଙ୍କ ଠାରୁ ନିରାପଦ ଦୂରତାରେ ରୁହନ୍ତୁ।
  • ଅତି ଜରୁରୀ ଆବଶ୍ୟକ ନ ହେଲେ କୌଣସି କର୍ମଚାରୀଙ୍କୁ କରୋନାଭାଇରସ୍‌ ସଂକ୍ରମିତ ଦେଶକୁ ପଠାନ୍ତୁ ନାହିଁ।


error: Thank You Keep Visiting