ଦିଲ୍ଲୀ ହିଂସା ମୃତ୍ୟୁ ମାମଲାରୁ ଧ୍ୟାନ ହଟାଇବା ପାଇଁ କୋରୋନାକୁ ପ୍ରସଙ୍ଗ କରୁଛନ୍ତି ମୋଦୀ ସରକାର : ମମତା ବାନାର୍ଜୀ
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କହିଛନ୍ତି , ଦିଲ୍ଲୀ ହିଂସା ଘଟଣାକୁ ପ୍ରସଙ୍ଗରୁ ହଟାଇବା ପାଇଁ ମୋଦୀ ସରକାର କରୋନାକୁ ନେଇ କୋକୁଆ ଭୟ ସୃଷ୍ଟି କରୁଛନ୍ତି। “କରୋନା ଏକ ଭୟଙ୍କର ରୋଗ। ହେଲେ ଏହାକୁ ନେଇ କିଛି ବ୍ୟକ୍ତି ଆତଙ୍କ ସୃଷ୍ଟି କରୁଛନ୍ତି। କିଛି ଚ୍ୟାନେଲ ଦିଲ୍ଲୀ ହିଂସା ଘଟଣାକୁ ଲୁଚାଇବାକୁ ଯାଇ ଏଭଳି କାମ କରୁଛନ୍ତି। ଯେତେବେଳେ କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ ସେତେବେଳେ ଆମେ ଏହା ଚାହୁଁନାହୁଁ ଦେଶରେ ଏହି ଘାତକ ଭାଇରସ ବିସ୍ତାର କରୁ। ତେବେ ଦିଲ୍ଲୀ ହିଂସାରେ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କୁ ଭୁଲି ନଯିବା ଉଚିତ୍।