ପଞ୍ଚାୟତର କ୍ଷମତା ହ୍ରାସ କରୁଛନ୍ତି ରାଜ୍ୟ ସରକାର : ସମୀର ମହାନ୍ତି

An Independent Media

ଭୁବନେଶ୍ୱର:   ବିଜେପି ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପଂଚାୟତରାଜ ବ୍ୟବସ୍ଥାର ଅସଲ ଉଦ୍ଦେଶ୍ୟ ହେଉଛି ଶାସନ ବ୍ୟବସ୍ଥାର ବିକେନ୍ଦ୍ରିକରଣ। ଶାସନ ବ୍ୟବସ୍ଥାର ବିକେନ୍ଦ୍ରିକରଣ ହେଲେ ସାଧାରଣ ଜନତା ପାଖରେ ଯୋଜନା ପହଂଚିବା ସହଜ ହେବ। କିନ୍ତୁ ଓଡ଼ିଶାରେ ଦିନକୁ ଦିନ ପଂଚାୟତର କ୍ଷମତାକୁ ରାଜ୍ୟ ସରକାର ସଙ୍କୁଚିତ କରିବାରେ ଲାଗିଛନ୍ତି। ଶାସନ ବ୍ୟବସ୍ଥାର ବିକେନ୍ଦ୍ରିକରଣ କରିବା ବଦଳରେ ରାଜ୍ୟ ସରକାର ସଚିବାଳୟରେ କେନ୍ଦ୍ରୀକରଣ କରିବାରେ ଲାଗିଛନ୍ତି। ଗାଁର କଥା ଗାଁ’ରେ ନୁହେଁ ସଚିବାଳୟରୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛନ୍ତି। ପଂଚାୟତର କ୍ଷମତାକୁ ସଙ୍କୁଚିତ କରି ରାଜ୍ୟସରକାର ପଂଚାୟତକୁ ପଙ୍ଗୁ କରୁଛନ୍ତି। ପଂଚାୟତିରାଜ ବ୍ୟବସ୍ଥାକୁ ଦଳର ସ୍ୱାର୍ଥ ରକ୍ଷା ଓ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ବ୍ୟବହାର କରି ପଂଚାୟତର କ୍ଷମତାକୁ ବିକେନ୍ଦ୍ରୀକରଣ ପରିବର୍ତ୍ତେ ବିଜେଡି ସରକାର ରାଜ୍ୟ ସଚିବାଳୟରେ କେନ୍ଦ୍ରୀଭୂତ କରିଛି। ଅଫିସର ରାଜ ଚଳାଇବା ପାଇଁ ପଂଚାୟତ ରାଜ ପ୍ରତିନିଧିଙ୍କୁ ଅଣଦେଖା କରାଯାଉଛି। ପଂଚାୟତ ମାନଙ୍କୁ ମୋଦି ସରକାର ସିଧାସଳଖ ଭାବେ ୪୦ ଲକ୍ଷରୁ ୧ କୋଟି ଟଙ୍କାର ଅନୁଦାନ ଦେଉଛନ୍ତି। ଏହାକୁ ଖର୍ଚ୍ଚ କରିବାର କ୍ଷମତା ପଂଚାୟତକୁ ଦିଆଯାଇଛି। ହେଲେ ରାଜ୍ୟ ସରକାର ପର୍ଯାୟକ୍ରମେ ପଂଚାୟତକୁ ତାର ଅଧିକାରରୁ ବଂଚିତ କରି ସେହି ଅର୍ଥକୁ ରାଜ୍ୟ ସରକାର ପଂଚାୟତ ମାଧ୍ୟମରେ ଖର୍ଚ୍ଚ ନକରି ଅନ୍ୟବାଟରେ କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି

error: Thank You Keep Visiting