ବିଜୁବାବୁଙ୍କ 104ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

An Independent Media

ନୂଆଦିଲ୍ଲୀ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ । ଆଜିର ଏହି ଦିନକୁ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଛି । ଟ୍ୱିଟର ପେଜରେ ୧୯୪୫ର ଏକ ପ୍ରଶସ୍ତିପତ୍ରକୁ ଆଟାଚ୍ କରି ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଟ୍ୱିଟର ପେଜରେ ୧୯୪୫ର ଏକ ପ୍ରଶସ୍ତିପତ୍ର ବା ଏକ ଦସ୍ତାବିଜକୁ ଆଟାଚ୍ କରି ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ମନେ ପକାଇ ଲେଖିଛନ୍ତି ଯେ, ସାହସିକତା ଦେଖାଇ ରାମ ମନୋହର ଲୋହିଆଙ୍କୁ ବିମାନରେ ଉଦ୍ଧାର କରିଥିଲେ, ବିଜୁ ବାବୁ ଭାରତର ବିକାଶ ପାଇଁ ଜୀବନବ୍ୟାପୀ କାର୍ଯ୍ୟ କରିଥିଲେ । ଏପରି ଟ୍ୱିଟ କରି ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୋଦୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଜି ଓଡ଼ିଶାର ବିକାଶ ଓ ଦେଶର ପ୍ରଗତି ପାଇଁ ବିଜୁଙ୍କ ଉଦ୍ୟମକୁ ପ୍ରଶଂସା କରି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

error: Thank You Keep Visiting