ଯାତ୍ରୀବାହୀ ବସକୁ ୬ ଲକ୍ଷ ଫାଇନ !!

An Independent Media


ବୌଦ୍ଧ : ଯାତ୍ରୀବାହୀ ବସକୁ ୬ ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଫାଇନ!!  ବୌଦ୍ଧ ଆରଟିଓ ପକ୍ଷରୁ ଏହି ଚାଲାଣ କଟାଯାଇଛି । ଭୁବନେଶ୍ୱରରୁ ବୌଦ୍ଧ ଯାତାୟାତ କରୁଥିଲା ଏହି ମିନାର ବସ୍ । ତେବେ ଏହି ବସଟି ୫ଟି ଟ୍ରାଫିକ ନିୟମ ଉଂଲଘନ କରିଥିବାରୁ ଏହି ଚାଲାଣ କଟାଯାଇଥିବା ଆରଟିଓ କହିଛନ୍ତି । ବିନା ରେଜିଷ୍ଟ୍ରେନରେ ଚାଲୁଥିବାରୁ ୫ ହଜାର, ୧୭୭ ଧାରା ନିୟମ ଉଂଲଘନ ପାଇଁ ୫୦୦, ବସର ରୁଟ ପରମିଟ ନଥିବାରୁ ୧୦ ହଜାର, ଇନସୁରାନ୍ସ ନଥିବାରୁ ୨ ହଜାର ଏବଂ ୨୦୧୮ରୁ ୨୦୨୦ ମଧ୍ୟରେ ବସର ଟ୍ୟାକ୍ସ ଫାଇନ ପାଇଁ ୬ ଲକ୍ଷ ୫୪ ହଜାର ୯୪୫ ଟଙ୍କାର ଚାଲାଣ କଟାଯାଇଛି ।

error: Thank You Keep Visiting