ପ୍ରଧାନମନ୍ତ୍ରୀ ନିଜେ କୋରୋନା ସ୍ଥିତିର ସମୀକ୍ଷା କରୁଛନ୍ତି : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

An Independent Media

ନୂଆଦିଲ୍ଲୀ: ଦେଶରେ ଏଯାଏ କରୋନାରେ ୨୯ ଜଣ ଲୋକ ଆକ୍ରାନ୍ତ ହେବା ଖବର ମିଳିବା ପରେ ଲୋକଙ୍କ ମନରେ ଭୟର ବାତାବରଣ ଖେଳି ଯାଇଛି। ଏସବୁ ଭିତରେ ଲୋକଙ୍କୁ କୌଣସି ପ୍ରକାରର ଆତଙ୍କିତ ନ ହେବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ସେହିପରି ଆଜି ରାଜ୍ୟସଭାରେ କରୋନା ସ୍ଥିତି ଉପରେ ବିବୃତି ରଖି ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ 
କହିଛନ୍ତି,  କରୋନା ସ୍ଥିତି ଉପରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଜର ରଖିଛନ୍ତି  ପ୍ରତିଦିନ କରୋନା ସ୍ଥିତି ଉପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀ ସମୀକ୍ଷା କରୁଛନ୍ତି। ଏହାବ୍ୟତୀତ ମନ୍ତ୍ରୀ କାହିଛନ୍ତି,  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ କହିବା ପୂର୍ବରୁ ଭାରତ ସରକାର ଜାନୁଆରୀ ୧୭ରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଆରମ୍ଭ କରିଥିଲେ। ଏବେ  ଟ୍ରାଭେଲ ଆଡଭାଇଜରୀ ଜାରି କରାଯିବା ସହ ଏକାଧିକ ସଂକ୍ରମିତ ରାଷ୍ଟ୍ରରୁ ଆସିବାକୁ ଚାହୁଁଥିବା ବିଦେଶୀ ନାଗରିକଙ୍କ ଭିସାକୁ ରଦ୍ଦ କରାଯାଇଛି। ଆମେ ବର୍ତ୍ତମାନ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛୁ। ଏହାର ମୁକାବିଲା ଆମକୁ କରିବାକୁ ପଡ଼ିବ। ଇରାନରେ କିଛି ଭାରତୀୟ ଛାତ୍ର ଓ ଶ୍ରଦ୍ଧାଳୁ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଉଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମଧ୍ୟ ନଜର ରଖାଯାଇଛି। ଦେଶର ପ୍ରତି ରାଜ୍ୟ ସରକାରଙ୍କୁ ସତର୍କ ରହିବାକୁ କୁହାଯାଇଛି। ସମସ୍ତ ସ୍କୁଲଗୁଡ଼ିକର କର୍ତ୍ତୃପକ୍ଷଙ୍କୁ ପିଲାମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବାକୁ କୁହାଯାଇଛି ବୋଲି ସେ କହିଛନ୍ତି।

  

error: Thank You Keep Visiting