ରାଜ୍ୟରେ ପୁଣି ଏକ କାଡ଼ାଭେରୀକ ପ୍ରତିରୋପଣ: ଏସସିବି ଡାକ୍ତରଙ୍କ ଚମତ୍କାର ସଫଳତା

An Independent Media

ଭୁବନେଶ୍ୱର: ରାଜ୍ୟର ତୃତୀୟ କାଡାଭେରିକ ପ୍ରତିରୋପଣ ସଫଳ ହେଲା । କଟକ ଏସସିବି ବଡ ମେଡିକାଲ ପୁଣି ସଫଳ ଇତିହାସ ରଚିଲା । ମରି ବି ଅମର ରହିଲେ ପୁରୀର ରାଜଲକ୍ଷ୍ମୀ । ଗଞ୍ଜାମର ପ୍ରିୟଙ୍କା ଓ କଟକର ସୂଚିତ୍ରାଙ୍କ ପରେ ନିଜ ଅଙ୍ଗ ଦାନ କରି ୨ରୋଗୀଙ୍କ ଜୀବନ ବଞ୍ଚାଇଲେ ରାଜଲକ୍ଷ୍ମୀ ।
ରାଜ୍ୟର ତୃତୀୟ କାଡାଭରିକ୍ କିଡନୀ ପ୍ରତିରୋପଣ ଅସ୍ତ୍ରୋପଚରା ସଫଳ ହୋଇଛି । ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ଦେହରେ କିଡନୀ ପ୍ରତ୍ୟାରୋପଣ ହୋଇଛି । ଏସସିବିର ବିଶେଷଜ୍ଞ ଡାକ୍ତରୀ ଦଳ ୟୁରୋଲୋଜି ବିଭାଗରେ ଅସ୍ତ୍ରୋପଚାର ହୋଇଛି ।
ପୁରୀ ଡେଲାଙ୍ଗ ଅଂଚଳର ରାଜଲକ୍ଷ୍ମୀ ଦାସ ସଡକ ଦୁର୍ଘଟଣାରେ ଆହତ ହୋଇ ହାଇଟେକ ମେଡିକାଲରେ ଚିକିତ୍ସିତ ହେଉଥିଲେ । ରାଜଲକ୍ଷ୍ମୀ ଦାସଙ୍କର ହାଇଟେକ୍ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ବ୍ରେନ ଡେଡ୍ ଘୋଷଣା କରିଥିଲେ ଡାକ୍ତର । ଏହାପରେ ତାଙ୍କ ପରିବାର ରାଜଲକ୍ଷ୍ମୀଙ୍କ ଅଙ୍ଗଦାନ କରିବାକୁ ନିଷ୍ପତି ନେଇଥିଲେ । ରାଜଲକ୍ଷ୍ମୀଙ୍କ ଠାରୁ ୨ଟି କିଡ଼ନୀ ନିଆଯାଇ ମୟୂରଭଞ୍ଜର ରୀତାରାଣୀଙ୍କ ଠାରେ ଗୋଟିଏ କିଡ଼ନୀ ପ୍ରତିରୋପଣ କରାଯାଇଛି । କାମାକ୍ଷାନଗର ରତ୍ନାକର ମହାନ୍ତିଙ୍କ ଠାରେ ଆଉ ଏକ କିଡ଼ନୀ ପ୍ରତିରୋପଣ କରାଯାଇଛି ।

error: Thank You Keep Visiting