ୟେସ ବାଙ୍କର ଜମାକାରୀ ୫୦ହଜାରରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ

An Independent Media

ନୂଆଦିଲ୍ଲୀ:   ଆର୍ଥିକ ସଙ୍କଟରେ ବୁଡ଼ିଥିବା ୟେସ ବ୍ୟାଙ୍କ ଉପରେ ନୂଆ କଟକଣା ଲାଗୁ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ବ୍ୟାଙ୍କରୁ ଗ୍ରାହକଙ୍କ ଟଙ୍କା ଉଠାଣ ସୀମା ୫୦ ହଜାରକୁ ଧାର୍ଯ୍ୟ କରାଯାଇଛି। ଫଳରେ ଏଣିକି ଖାତାଧାରୀମାନେ ଗୋଟିଏ ମାସରେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ। ଆସନ୍ତା ଏପ୍ରିଲ ୩ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ। ଏ ନେଇ ଘୋଷଣା ହେବା ପରେ ଜମାକାରୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। କେତେକ ସ୍ଥାନରେ ଗୁରୁବାର ରାତି ସାରା ଜମାକାରୀମାନେ ଏଟିଏମରୁ ଟଙ୍କା ଉଠାଇବାକୁ ପ୍ରୟାସ କରିଛନ୍ତି। ଫଳରେ ଏଟିଏମରେ ରାତି ତମାମ୍‌ ଭିଡ଼ ଦେଖିବାକୁ ମିଳିଥିଲା।

error: Thank You Keep Visiting