ସଙ୍କଟରେ ଶ୍ରୀ ଜୀଊଙ୍କର ୫୪୫ କୋଟି ଟଙ୍କା !
ଭୁବନେଶ୍ବର : ୟେସ୍ ବ୍ୟାଙ୍କର ଦେବାଳିଆ ସ୍ଥିତିକୁ ଦେଖି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା କିପରି ସୁରକ୍ଷିତ ରହିବ ତାହାକୁ ନେଇ ପ୍ରଶ୍ନ ଉଠିଛି।ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି ୟେସ୍ ବ୍ୟାଙ୍କ। ବ୍ୟାଙ୍କର ଏନପିଏ ପରିମାଣ ଲଗାତାର ବୃଦ୍ଧି ପାଉଥିବାରୁ ବ୍ୟାଙ୍କ ଅଗ୍ରସର ହେଉଛି। ବ୍ୟାଙ୍କର ପରିଚାଳନା କଷ୍ଟକର ହୋଇପଡ଼ିଛି। ଏଥିରେ ସୁଧାର ଆଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଜମାକାରୀଙ୍କ ଟଙ୍କା ଉଠାଣ ଉପରେ କଟକଣା ଲଗାଇଛି। କୌଣସି ଜମାକାରୀ ଗୋଟିଏ ମାସରେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ ବୋଲି ନିୟମ ଲାଗୁ ହୋଇଛି। ତେବେ ଏହି ପରିପ୍ରେକ୍ଷୀରେ ୟେସ୍ ବ୍ୟାଙ୍କର ଅନ୍ୟତମ ପ୍ରମୁଖ ଜମାକାରୀ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ମହାପ୍ରଭୁଙ୍କ ନାମରେ ଏହି ବ୍ୟାଙ୍କରେ ଥିବା ଆକାଉଣ୍ଟରେ ୫୪୫ କୋଟି ଟଙ୍କା ଜମା ରହିଛି। ବର୍ତ୍ତମାନ ବ୍ୟାଙ୍କର ସଙ୍କଟଜନକ ସ୍ଥିତିକୁ ଦୃଷ୍ଟି ଦେଲେ ମହାପ୍ରଭୁଙ୍କ ଟଙ୍କା କିପରି ସୁରକ୍ଷିତ ରହିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି ।