୧ ରୁ ୨ ପଇସା ହ୍ରାସ ହେଲା ବସ ଭଡା

An Independent Media

ଭୁବନେଶ୍ୱର: କମିଲା ବସ ଭଡା । ଘରୋଇ ବସ୍‌ ମାଲିକମାନେ ଯାତ୍ରୀ ବସ୍‌ କିଲୋମିଟର ପିଛା ୧ରୁ ୨ ପଇସା ହ୍ରାସ କରିଛନ୍ତି । ଅର୍ଡିନାରୀ ବସ୍‌ ଭଡ଼ା ଦର ପୂର୍ବରୁ କିଲୋମିଟର ପିଛା ୬୯ ପଇସା ଥିବା ବେଳେ ନୂତନ ଦର ହିସାବରେ ଯାତ୍ରୀମାନଙ୍କୁ ୬୮ ପଇସା ଦେବାକୁ ପଡ଼ିବ। ସେହିପରି ଏକ୍ସପ୍ରେସ୍‌ ବସ୍‌ରେ କିଲୋମିଟର ପିଛା ୭୧ ପଇସା ଦେବେ। ପୂର୍ବରୁ ଏହି ଦର ୭୨ ପଇସା ଥିଲା।ଯାତ୍ରୀମାନଙ୍କୁ ଡିଲକ୍ସ ବସ୍‌ରେ କିଲୋମିଟର ପିଛା ପୂର୍ବରୁ ୯୯ ପଇସା ଦେବାକୁ ପଡୁଥିଲା। କିନ୍ତୁ ଏବେ ନୂତନ ଦର ୯୭ ପଇସା ନିର୍ଦ୍ଧାରଣ କରି ଦିଆଯାଇଛି। ସେହିପରି ଏସି ଡିଲକ୍ସ ବସ୍‌ ଭଡା କିଲୋମିଟର ପିଛା ୧ଟଙ୍କା ୨୧ ପଇସା ଥିବା ବେଳେ ଏବେ ଏହା ୨ ପଇସା ହ୍ରାସ ପାଇ ୧ଟଙ୍କା ୧୯ ପଇସା ହୋଇଛି। 

error: Thank You Keep Visiting