ନିର୍ଭୟା ମାମଲା ; ପୁଣି ଘୁଞ୍ଚି ପରେ ଫାଶୀ ତାରିଖ

An Independent Media

ନୂଆଦିଲ୍ଲୀ : ନିର୍ଭୟା ମାମଲାର ଦୋଷୀମାନଙ୍କୁ ଆସନ୍ତା ୨୦ ତାରିଖରେ ଫାଶୀ ଦେବାକୁ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ପୁଣି ଥରେ ତାହାକୁ ବିଳମ୍ବିତ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଅନ୍ୟତମ ଦୋଷୀ ମୁକେଶ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ପ୍ରାର୍ଥନା ପାଇଁ ଅନୁମତି ମାଗିଛି । ତାର ଏହି ଆବେଦନ ଗ୍ରହଣ କରାଗଲେ ଫାଶୀ ତାରିଖ ପୁଣି ଘୁଞ୍ଚିବା ଆଶଙ୍କା ଦେଖାଦେଇଛି । ଏହି ୪ ଜଣ ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୨୦ ତାରିଖ ସକାଳ ସାଢେ ୫ଟାରେ ଫାଶୀ ଦିଆଯିବ ବୋଲି ଦିଲ୍ଲୀ କୋର୍ଟ ଗତକାଲି ଡେଥ ଓ୍ଵାରେଣ୍ଟ ଜାରି କରିଥିଲେ । ମାତ୍ର ପୂର୍ବରୁ ତିନି ଥର ସେମାନଙ୍କ ପାଇଁ ଡେଥ ଓ୍ଵାରେଣ୍ଟ ଜାରି ହୋଇଥିବା ଏବଂ ତାହା ଶେଷ ମୂହୂର୍ତ୍ତରେ ବାତିଲ ହୋଇଥିବା ପରି ଏଥର ମଧ୍ୟ ବାତିଲ ହୋଇପାରେ । ଶେଷ ଥର ପାଇଁ ମାର୍ଚ୍ଚ ୩ରେ ଡେଥ ଓ୍ଵାରେଣ୍ଟ ଜାରି ହୋଇଥିଲେ ଦୋଷୀ ପଓ୍ଵନ ଗୁପ୍ତା ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରି ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲା । ତେବେ କୋର୍ଟ ଏହାକୁ ଖାରଜ କରିଦେଇଥିଲେ । ଏହା ପରେ ନୂଆ ଡେଥ ଓ୍ଵାରେଣ୍ଟ ପାଇଁ ଦିଲ୍ଲୀ ସରକାର କୋର୍ଟରେ ଆବେଦନ କରିଥିଲେ ।

error: Thank You Keep Visiting