ମୂଷା ସହ ବିଧାନସଭାରେ ପହଞ୍ଚିଲେ ଆରଜେଡି ବିଧାୟକ

An Independent Media

ପାଟନା: ଦୁର୍ନୀତି ବିରୋଧରେ ଆରଜେଡି ବିଧାୟକଙ୍କ ଅଭିନବ ପ୍ରୟାସ। ହାତରେ ମୂଷା ଧରି ବିଧାନସଭାରେ ପହଞ୍ଚିଲେ ବିଧାୟକ ସୁବୋଧ କୁମାର ରାୟ । ବିହାର ବିଧାନସଭାର ବଜେଟ ଅଧିବେଶନରେ ଆଜି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି | ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡିର ବିଧାୟକ ସୁବୋଧ କୁମାର ରାୟ ଯନ୍ତାରେ ବନ୍ଦ ଥିବା ଏକ ମୂଷା ଧରି ପହଁଚିଯାଇଥିଲେ | ଆରଜେଡି ବିଧାୟକଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀ ମଧ୍ୟ ବିଧାୟକଙ୍କ ଯୁକ୍ତିକୁ ସମର୍ଥନ କରିଥିଲେ | ରାବିଡି କହିଥିଲେ ଯେ ନୀତିଶ ସରକାର ସବୁବେଳେ କହୁଛନ୍ତି ସରକାରୀ ଫାଇଲ, ମଦ ଓ ସାଲାଇନ ବୋତଲ ଗାୟବ ହେବା ପଛରେ ମୂଷାଙ୍କର ହାତ ରହୁଛି | ତେଣୁ ମୂଷାକୁ ଧରି ଆମେ ବିଧାନସଭାକୁ ଆସିଛୁ, ନୀତିଶ ସରକାର ମୂଷାକୁ ଦଣ୍ଡ ଦିଅନ୍ତୁ |ଆରଜେଡି ବିଧାୟକଙ୍କ ସହ ରାବିଡି ଦେବୀ ମୂଷାକୁ ଧରି ବିଧାନପରିଷଦ ବାହାରେ ପ୍ରତିବାଦ କରିଥିଲେ | ବହୁ ଦୁର୍ନୀତି କରି ମଧ୍ୟ ନିଜକୁ  ଦୋଷ ମୁକ୍ତ କରିବାକୁ  ନୀତିଶ ସରକାର କିଭଳି ମୂଷାଙ୍କ ଉପରେ ଦୋଷ ଲଦିଦେଉଛି ସେ ବାବଦରେ ସମାଲୋଚନା କରିଥିଲେ |

error: Thank You Keep Visiting