ବସ୍ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୬୦ ଯାତ୍ରୀ
ଭଦ୍ରକ: ଭଦ୍ରକଜିଲା ଚାନ୍ଦବାଲି ରାସ୍ତାର ନନ୍ଦପୁର ନିକଟରେ ବସ୍ରେ ନିଆଁ ଲାଗିଯାଇଥିବାବେଳେ ଅଳ୍ପକେ ୬୦ଯାତ୍ରୀ ବର୍ତ୍ତିଯାଇଛନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ଜଣେ ୧୦ ବର୍ଷର ଝିଅ ଆହତହୋଇ ମେଡିକାଲରେ ଭର୍ତ୍ତି ହୋଇଛି । ବସ୍ଟି ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ୬୦ ଜଣ ଯାତ୍ରୀଙ୍କୁନେଇ ଆସୁଥିଲା । ତିହିଡି, ନନ୍ଦପୁର ଛକରେ ବସ୍ରେ ବିଦ୍ୟୁତ୍ ସର୍ଟ୍ସର୍କିଟ୍ରୁ ନିଆଁ ଲାଗି ଧୁଆଁ ବାହାରିବାରୁ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ତେବେ ଏହିସମୟରେ ରାସ୍ତାରେ ବସ୍ ପଛରେ ଆସୁଥିଲେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଦାସ । ବସ୍ରୁ ଧୁଆଁବାହାରୁଥିବା ଦେଖି ହଠାତ୍ ବସ୍ଟିକୁ ଅଟକାଇ ଯାତ୍ରୀମାନଙ୍କୁ ଓହ୍ଲାଇ ପକାଇଲେ । ଏବଂ ଦମକଳବାହିନୀକୁ ଖବର ଦେଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍ରେ ନିଆଁକୁ ଲିଭାଇଥିଲେ ।