କୁମ୍ଭୀର ମୁଖରୁ ଅଳ୍ପକେ ବର୍ତ୍ତିଲେ ୩୫ ଛାତ୍ରଛାତ୍ରୀ

An Independent Media

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ କାଣି ନଦୀର ମଧୁବନ ଘାଟରେ ଏକ ଘାଟ ଡଙ୍ଗା ଓଲଟି ପଡିଲା । ଯେଉଁଥିରେ ୩୫ ଜଣ ଛାତ୍ରଛାତ୍ରୀ ଥିଲେ । ଡଙ୍ଗାଟି କୁଳରେ ଓଲଟି ପଡିଥିବାରୁ ପାଣିରେଥିବା ଛାତ୍ରଛାତ୍ରୀ ମାନେ ଅଳ୍ପକେ
ଉଦ୍ଧାର ହୋଇଗଲେ ।

ସୁଚନାନୁଯାଇ ଘଟଣାସ୍ଥଳରେ ଥିବା ଛାତ୍ରଛାତ୍ରୀ ସୁରକ୍ଷିତଥିବାବେଳେ ଅନେକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ଏହି ନଈରେ ମଧ୍ୟ କୁମ୍ଭିର ଦେଖିବାକୁ ମିଳିଥାଏ । କେନ୍ଦ୍ରାପଡା ଜିଲ୍ଲାପାଳ ଏହାର ତଦନ୍ତ ଦାଇତ୍ୱ ଆଳି ତହସିଲଦାରଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ସୂଚନଥାଉକି ଏହି ଅଞ୍ଚଳର ପିଲାମାନେ ପ୍ରତ୍ୟକ ଦିନ ସେମାନଙ୍କର କୋମଳ ଜୀବନକୁ ବାଜି ଲଗାଇ ଶିକ୍ଷା ଗ୍ରହଣ ନିମନ୍ତେ ବିଦ୍ୟାଳୟକୁ ଯାଇଥାନ୍ତି।

error: Thank You Keep Visiting