୨୦୦୦ କୋଟିରୁ ଅଧିକ ଟଙ୍କା ଲାଞ୍ଚ ନେଇଛନ୍ତି ରାଣା କପୁର : ଇଡି
ମୁମ୍ୱାଇ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ମାର୍ଚ୍ଚ ୧୧ ଯାଏ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହେପାଜତରେ ରହିବେ। ରବିବାର ହଲିଡେ କୋର୍ଟରେ ଇଡି ରିମାଣ୍ଡ ପାଇଁ ଆବେଦନ କରିଥିଲା। ଏହି ସମୟରେ ୟେସ୍ ବ୍ୟାଙ୍କର ଅର୍ଥ ହେରଫେରର ସମସ୍ତ ରାଜ କୋର୍ଟକୁ ଜଣାଇଛି ଇଡି। ରାଣା କପୁର କିଭଳି ୨୦୦୦ କୋଟିରୁ ଅଧିକ ଟଙ୍କା ଲାଞ୍ଚ ପାଇଛନ୍ତି ସେ ବାବଦରେ ମଧ୍ୟ କହିଛି ଇଡି। ଆଉ ଏହି ଲାଞ୍ଚ ରାଣାଙ୍କ ପରିବାର ଦ୍ୱାରା ପରିଚାଳିତ କମ୍ପାନୀ ଦ୍ୱାରା ମିଳିଛି। ଯାହାକି ରାଣା କପୁରଙ୍କ ପାଇଁ ସମସ୍ୟା ପାଲଟିଛି। ଏବେ ୟେସ୍ ବ୍ୟାଙ୍କ କିଭଳି ଋଣ ଦେଉଥିଲା କେଉଁ ଆଧାରରେ ଋଣ ଦେଉଥିଲା ତାହା ଏବେ ପ୍ରଶ୍ନ ଘେରରେ। ରାଣାଙ୍କୁ ଏହି ଲାଞ୍ଚ ମିଳିବା ପଛରେ ମୁଖ୍ୟ ନାୟକ ସାଜିଥିଲା ୟେସ୍ ବ୍ୟାଙ୍କ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ।