ଗତ ଛଅ ମାସ ମଧ୍ୟରେ ପେଟ୍ରୋଲ ଦର ସର୍ବନିମ୍ନ ସ୍ତରରେ ପହଞ୍ଚିଛି
ନୂଆଦିଲ୍ଲୀ : ଦେଶରେ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବାରେ ଲାଗିଛି। ସୋମବାରକୁ ମିଶାଇ ଲଗାତାର ୫ମ ଦିନ ପାଇଁ ଏହି ଦର ହ୍ରାସ ପାଇଛି। ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ୭୦ ଟଙ୍କା ୫୯ ପଇସା ରହିଛି। ଅନ୍ୟପକ୍ଷରେ ଦିଲ୍ଲୀ ଏବଂ ମୁମ୍ବାଇରେ ଡିଜେଲ ଦର ୨୫ରୁ ୨୬ ପଇସା ଶାସ୍ତାରେ ମିଳୁଛି।
ରବିବାର ଅପେକ୍ଷା ସୋମବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୪ ପଇସା ଶସ୍ତାରେ ମିଳୁଛି। ଗତ ଛଅ ମାସ ମଧ୍ୟରେ ପେଟ୍ରୋଲ ସର୍ବନିମ୍ନ ସ୍ତରରେ ରହିଛି। ଅନ୍ୟପକ୍ଷରେ ଡିଜେଲ ଦର ଗତ ୮ମାସ ମଧ୍ୟରେ ସର୍ବ ନିମ୍ନ ସ୍ତରରେ ପହଞ୍ଚିଛି। ଦିଲ୍ଲୀରେ ଆଜି ଡିଜେଲ ଲିଟର ପ୍ରତି ଦର ୬୩ ଟଙ୍କା ୨୬ ପଇସା ରହିଛି।