ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩କୁ ବୃଦ୍ଧି
ନୂଆଦିଲ୍ଲୀ: ଆଜି ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି। କେରଳର ଜଣେ ତିନି ବର୍ଷର ଶିଶୁ ସମେତ ଉତ୍ତରପ୍ରଦେଶରେ ଜଣେ, ଦିଲ୍ଲୀରେ ଜଣେ ଏବଂ ଜମ୍ମୁରେ ଜଣେ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହି ୪ଜଣଙ୍କ ମଧ୍ୟରୁ ୩ଜଣ ବିଦେଶରୁ ଫେରିଥିବା ବେଳେ ଜଣେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି।
ସବିଶେଷ ତଥ୍ୟ ଅନୁସାରେ , ଜମ୍ମୁ-କଶ୍ମୀରରେ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ରୋଗୀ ଇରାନରୁ ଫେରିବା ପରେ ଏହି ଭାଇରସର ଶିକାର ହୋଇ ସାରିଥିବା ଜଣା ପଡ଼ିଥିଲା। ସେହିଭଳି ଦିଲ୍ଲୀରେ ଆକ୍ରାନ୍ତ ହୋଇଥିବା ରୋଗୀ ଏବଂ କରେଳରେ ଆକ୍ରାନ୍ତ ହୋଇଥିବା ରୋଗୀ ଇଟାଲୀରୁ ଫେରିବା ପରେ ତାଙ୍କ ଶରୀରରେ କରୋନା ଭାଇରସ ପ୍ରବେଶ କରି ସାରିଥିବାର ଲକ୍ଷଣ ଦେଖାଯାଇଥିଲା। ଉତ୍ତରପ୍ରଦେଶର ମିରଟ ସହରରୁ ଚିହ୍ନଟ କରାଯାଇଥିବା ଚତୁର୍ଥ ରୋଗୀ ଆଗ୍ରାରେ ଥିବା ୬ଜଣ କରୋନା ଆକ୍ରାନ୍ତଙ୍କ ସଂଶ୍ପର୍ଷରେ ଆସିବା ପରେ କରୋନାର ଶିକାର ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।