ପରିଣତ ବୟସରେ ବିବାହ ବନ୍ଧନରେ ବାନ୍ଧି ହେଲେ ବରିଷ୍ଠ କଂଗ୍ରେସ ନେତା ମୁକୁଲ ବାଶନିକ

An Independent Media

ନୂଆଦିଲ୍ଲୀ:  ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମୁକୁଲ ବାଶନିକ ନିଜ ସାଙ୍ଗ ରବିନା ଖୁରାନାଙ୍କୁ ବିବାହ କରିଛନ୍ତି | ଏହି ବିବାହ ସମାରୋହରେ ବହୁ ବରିଷ୍ଠ କଂଗ୍ରେସ ନେତା ସାମିଲ ହୋଇଥିଲେ | ସେ ନିଜ ପିଲାଦିନର ସାଙ୍ଗ ରବିନାଙ୍କ ହାତ ଧରିଛନ୍ତି | ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟ, ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ, ଅମ୍ବିକା ସୋନି, ବିକେ ହରିପ୍ରସାଦ ଓ ଆନନ୍ଦ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ | ଯେତେବେଳେ ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ସେତେବେଳେ ମୁକୁଲଙ୍କୁ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ଦେବା ନେଇ ବଡ ବଡ ନେତା ପ୍ରସ୍ତାବ ଦେଇଥିଲେ | ତାଙ୍କୁ ଗାନ୍ଧୀ ପରିବାରର ଅତି ଖାସ କୁହାଯାଏ । ତେବେ ତାଙ୍କ ନାମ ଚର୍ଚାରେ ଥିଲେ ମଧ୍ୟ  ଶେଷ ମୁହୂର୍ତ୍ତରେ ସୋନିଆ ଦାୟିତ୍ୱ ନେଇଥିଲେ  । ବର୍ତ୍ତମାନ ମୁକୁଲ ଅଖିଳ ଭାରତୀୟ କଂଗ୍ରେସ ସମିତିର ମହାସଚିବ ରହିଛନ୍ତି।

error: Thank You Keep Visiting