ଭୋର ସକାଳୁ ୫-ଟି ସଚିବଙ୍କ ବାଦାମବାଡି ଗସ୍ତ: ଖାନନଗରକୁ ସ୍ଥାନାନ୍ତରିତ ହେବ ବାସଷ୍ଟାଣ୍ଡ

An Independent Media

କଟକ: ଆଜି ପୁଣି କଟକରେ ୫-ଟି ସଚିବ ଭି କେ ପାଣ୍ଡିଆନ୍।   ଆଜି ଭୋର ପ୍ରାୟ ୪ଟାରେ ବାଦାମବାଡ଼ି ବସଷ୍ଟାଣ୍ଡରେ ପହଞ୍ଚିଥିଲେ ୫-ଟି ସଚିବ । ସେ ସେଠାକାର ସ୍ଥିତି ଅନୁଧ୍ୟାନ କରି ଫେରିଥିବା ଜଣାଯାଇଛି । ରାଜ୍ୟର ଏହି ସବୁଠାରୁ ବଡ଼ ବସଷ୍ଟାଣ୍ଡରେ କ’ଣ କ’ଣ ସମସ୍ୟା ରହିଛି ସେ ନେଇ ଅନୁଧ୍ୟାନ କରିଛନ୍ତି ପାଣ୍ଡିଆନ୍ । ବିଶେଷ କରି ବସଷ୍ଟାଣ୍ଡରେ ବସ୍ ରହିବା ସ୍ଥଳ, ପିଇବା ପାଣି, ଟ୍ରାଫିକ୍ ପରିଚାଳନା ଭଳି ସମସ୍ୟା ରହିଛି । ଆହୁରି ମଧ୍ୟ ସୂଚନା ମିଳିଛି ଯେ ବାଦାମବାଡ଼ିର ବସଷ୍ଟାଣ୍ଡ ଖାନନଗର ଅଞ୍ଚଳକୁ ଉଠାଇ ନିଆଯିବ।ଆଜି ସକାଳେ ଫାଇଭ୍-ଟି ସଚିବ ଭି.କେ. ପାଣ୍ଡିଆନଙ୍କ କଟକ ଗସ୍ତ ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲ।
ସେ ଆହୁରି କହିଛନ୍ତି ଯେ ଅନୁଗୋଳ-ପୁରୀ ବସ୍‌ଷ୍ଟାଣ୍ଡକୁ ନବୀକରଣ କରାଯାଇ ‌ଆଗାମୀ ଦିନରେ ବ୍ୟବସ୍ଥିତ କରାଯିବ। ସେଠାରେ ଖାଲି ପଡ଼ିଥିବା ଜମିକୁ ସଂପ୍ରସାରଣ କରାଯିବ। ଏହାଛଡ଼ା ଗୋପାଳପୁରରେ ବସ୍ ପାର୍କିଂ ପାଇଁ ଉନ୍ନତ ବ୍ୟବସ୍ଥା କରାଯିବ। ଆଜି ସକାଳେ କଟକରେ ପହଞ୍ଚି ଉନ୍ନୟନମୂଳକ କାମର ଅନୁଧ୍ୟାନ କରିଥିଲେ ଫାଇଭ୍-ଟି ସଚିବ ଭି. କେ.ପାଣ୍ଡିଆନ୍। ପ୍ରଥମେ ସେ ବାଦାମବାଡ଼ିରେ ପହଞ୍ଚି ବସଷ୍ଟାଣ୍ଡ ବୁଲି ଦେଖିଥିଲେ। ଏହାପରେ ଅନୁଗୋଳ ବସଷ୍ଟାଣ୍ଡ ଓ ସେସୁ କଲୋନି ବୁଲିଥିଲେ। ପରେ ରାଣୀହାଟ ଆସି ହିନ୍ଦ୍ ସିନେମା ରୋଡ୍‌ ଓ ତାଳଦଣ୍ଡା କେନାଲ ରୋଡ୍‌ରେ ଚାଲିଥିବା ଉଚ୍ଛେଦ କାର୍ଯ୍ୟର ତଦାରଖ କରିଥିଲେ। ପାଣ୍ଡିଆନଙ୍କ ସହିତ କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲ, ଜିଲ୍ଲାପାଳ ଭବାନୀ ଚୟନୀ, କଟକ-ଭୁବନେଶ୍ୱର ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଓ କଟକ ଡିସିପି ଅଖିଳେଶ୍ୱର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

error: Thank You Keep Visiting