ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ ଛୁଇଁଲା

An Independent Media

ନୂଆଦିଲ୍ଲୀ : ଜନୁଆରି ୧ ତାରିଖରୁ ଦୁବାଇରୁ ପୁଣେକୁ ଫେରିଥିଲେ ଦମ୍ପତି । ହେଲେ ଜାନୁଆରି ୧ ତାରିଖରୁ ନେଇ ଏଯାଏ ଉକ୍ତ ସ୍ୱାମୀ-ସ୍ତ୍ରୀଙ୍କ ଶରୀରରେ କୌଣସି ଅସୁବିଧା ପରିଲକ୍ଷିତ ହୋଇନଥିଲା। କିନ୍ତୁ ଗତ ସୋମବାର ସକାଳେ ଦୁହିଁଙ୍କୁ ସାମନ୍ୟ ଅସୁସ୍ଥ ଲାଗିଥିଲା। ଏହି ଅସୁସ୍ଥତାକାରଣରୁ ଦମ୍ପତି ଚିକିତ୍ସା ପାଇଁ ପୁଣେସ୍ଥିତ ନାଏଡୁ ହସ୍‌ପିଟାଲରେ ପହଞ୍ଚିଥିଲେ। ସେଠାରେତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଦୁହିଁଙ୍କ ଛେପ ନେଇ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ଭାୟରୋଲୋଜିକୁ ପରୀକ୍ଷା ପାଇଁ ପଠା ଯାଇଥିଲା। ସେଠାରେ ଦୁହିଁଙ୍କ ନମୂନା ପଜିଟିଭ ଆସିଥିଲା।ଏହାପରେ ସ୍ୱାମୀ-ସ୍ତ୍ରୀକୁ ଚିକିତ୍ସା ପାଇଁ ନାଏଡୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମହାରାଷ୍ଟ୍ରର ପୁଣେରେ କରୋନାଭାଇରସ୍‌ ସଂକ୍ରମଣର ଏହା ପ୍ରଥମ ଘଟଣା। ସ୍ୱାସ୍ଥ୍ୟବିଭାଗ କହିବାନୁସାରେ, ଏବେସେମାନଙ୍କୁ ଉପସାଗରୀୟ ଦେଶ ବୁଲି ଯାଇଥିବା ଅନ୍ୟ ୪୦ଯାତ୍ରୀଙ୍କୁ ଖୋଜିବାର ଅଛି। ଆବଶ୍ୟକପଡ଼ିଲେ ଏହି ୪୦ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସେମାନଙ୍କୁ ନାଏଡୁ ହସ୍‌ପିଟାଲ୍‌ରେଭର୍ତ୍ତି କରାଯିବ।ତେବେ ଏହି ଦମ୍ପତିଙ୍କ କରୋନା ପଜିଟିଭ ପରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି ।

error: Thank You Keep Visiting