ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

An Independent Media

ନୂଆଦିଲ୍ଲୀ:  ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‌.ଭେଙ୍କୟା ନାଇଡୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କୋବିନ୍ଦ ଟୁଇଟ୍‌ କରି କହିଛନ୍ତି, ରଙ୍ଗର ପର୍ବ ହୋଲି ସଭିଙ୍କ ଜୀବନରେ ଆନନ୍ଦ ଆଣିଦେଉ। ଏହି ପବିତ୍ର ପର୍ବ ହୋଲି ଶରତ ଋତୁକୁ ବିଦାୟ ଦେଉଥିବା ବେଳେ ବସନ୍ତ ଋତୁର ଆଗମନକୁ ଦର୍ଶାଇଥାଏ। ଏହି ପର୍ବ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଓ ଶାାନ୍ତି ଆଣିଦେଉ ବୋଲି ସେ କହିଛନ୍ତି। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ , ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଅନ୍ୟନେତାମାନେ ମଧ୍ୟ ହୋଲି ପର୍ବ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

error: Thank You Keep Visiting