କଂଗ୍ରେସରୁ ଇସ୍ତଫା ଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ ସିନ୍ଧିଆ

An Independent Media

ଭୋପାଲ: ଆଜି ଗ୍ୱାଲିଅର ମହାରାଜା ମାଧବରାଓ ସିନ୍ଧିଆଙ୍କ ଜନ୍ମଦିନ, ଏହି ତିଥିକୁ ୭୫ ବର୍ଷ ପୁରୁଥିବାବେଳେ ବାପାଙ୍କ ପୁରୁଣା ଦଳ ଜନ ସଂଘର ନୂଆ କଳେବର ବିଜେପିରେ ଯୋଗଦେଇପାରନ୍ତି ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆ। କଂଗ୍ରେସରୁ ଜ୍ୟୋତିରାଦିତ୍ୟ ଇସ୍ତଫା ଦେବାପରେ ଏହା ଆହୁରି ସ୍ପଷ୍ଟ ହୋଇଯାଇଛି। ଇସ୍ତଫା ନେଇ ନିଜେ ସିନ୍ଧିଆ ଘୋଷଣା କରିଛନ୍ତି। ଏଥିରେ ତାରିଖ ମାର୍ଚ୍ଚ ୯ ତାରିଖ ରହିଛି। 

ନିର୍ବାଚନ ପୂର୍ବରୁ ବିଜେପିର ଗୋଟିଏ ନାରାକୁ ଆମେ ବିଚାରକୁ ନେଇ ପାରିବ।। “ମାଫ କରୋ ମହାରାଜ, ଅପନେ ତୋ ଶିବରାଜ”, ଏହି ନାରା ଦେଇ ସାରା ରାଜ୍ୟରେ ଗେରୁଆ ଦଳ ନିର୍ବାଚନ ପ୍ରଚାର କଲା। ରାଜ ପରିବାରକୁ ସଂଯୋଗ କରୁଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଉଦ୍ଦେଶ୍ୟରେ ଏହି ନାରା ଦିଆଯାଇଥିଲା। ସମ୍ଭବତଃ ରାଜ୍ୟବାସୀ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଚାହୁଁଥାଇ ପାରନ୍ତି ବୋଲି ଏହି ଆଧାରରେ ବିଜେପି ଏହି ନାରା ଦେଇଥିବା କୁହାଯାଇପାରେ।

error: Thank You Keep Visiting