ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୭୩

An Independent Media

ନୂଆଦିଲ୍ଲୀ :   ବୁଧବାର ସୁଦ୍ଧା ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୬୦ ଥିବାବେଳେ ଆଜି ଆଉ ୧୩ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଛି । ଫଳରେ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି। ଚିନ୍ତାଜନକ ବିଷୟ ହେଉଛି ଇରାନରେ ପ୍ରାୟ ୬ ହଜାର ଭାରତୀୟ ଫସିରହିଛନ୍ତି ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଆଜି ଲୋକସଭାରେ ଘୋଷଣା କରିଛନ୍ତି । ସେମାନଙ୍କ ମଧ୍ୟରୁ ମହାରାଷ୍ଟ୍ର ଓ କଶ୍ମୀରରୁ ଯାଇଥିବାପ୍ରାୟ ୧୧୦୦ ଜଣ ତୀର୍ଥଯାତ୍ରୀ ଅନ୍ତର୍ଭୁକ୍ତ । ସେହିପରି ୬୦୦ ଜଣ ଛାତ୍ରଛାତ୍ରୀମଧ୍ୟ ସେଠାରେ ରହିଛନ୍ତି । ଇରାନରେ ଫସିରହିଥିବା ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଦିଲ୍ଲୀ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

error: Thank You Keep Visiting