ୟେସ୍ ବ୍ୟାଙ୍କର ସୁଧ ହାର ଅଧିକ ଥିବାରୁ ଶ୍ରୀଜଗନ୍ନାଥଙ୍କ ଅର୍ଥ ଏହି ବ୍ୟାଙ୍କରେ ଜମା କରାଯାଇଥିଲା

An Independent Media

ଭୁବନେଶ୍ବର:  ଅଧିକ ସୁଧ ଆଶାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ୟେସ୍ ବ୍ୟାଙ୍କରେ
ଜମା କରାଯାଇଥିଲା ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ୟେସ ବ୍ୟାଙ୍କରେ କାହିଁକି ଜମା ହୋଇଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା । ଏହି ପ୍ରଶ୍ନ ଏବେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଉଙ୍କି ମାରୁଥିବା ବେଳେ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଶ୍ରୀମନ୍ଦିରର ଅର୍ଥ ରଖିବାକୁ ୧୨ଟି ବ୍ୟାଙ୍କ ପ୍ରସ୍ତାବ ଦେଇଥିଲେ । ତେବେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଏକ ସ୍ୱଚ୍ଛ ବ୍ୟବସ୍ଥା ମାଧ୍ୟମରେ ୟେସ ବ୍ୟାଙ୍କକୁ ଚୟନ କରାଯାଇଥିଲା ବୋଲି ସେ କହିଛନ୍ତି ।  ୟେସ୍ ବ୍ୟାଙ୍କ ସର୍ବାଧିକ ୮.୬୧ ପ୍ରତିଶତ ସୁଧ ଦେବାକୁ ରାଜି ହୋଇଥିଲା । ୟେସ୍ ବ୍ୟାଙ୍କର ସୁଧ ହାର ଅଧିକ ଥିବାରୁ ଶ୍ରୀଜଗନ୍ନାଥଙ୍କ ଅର୍ଥ ଏହି ବ୍ୟାଙ୍କରେ ଗୋଟିଏ ବର୍ଷ ପାଇଁ ଜମା କରାଯାଇଥିଲା । ତେବେ ୨୦୨୦ ମସିହା ମାର୍ଚ୍ଚ ୫ ତାରିଖ ପୂର୍ବରୁ ୟେସ୍ ବ୍ୟାଙ୍କ୍ ସହ କାରବାର ନ କରିବାକୁ କୌଣସି ସୂଚନା ନ ଥିଲା । ଏହାଛଡ଼ା ଜଗନ୍ନାଥ ମନ୍ଦିରର ଅର୍ଥ, ମନ୍ଦିର ପରିଚାଳନା କମିଟି ଦ୍ୱାରା ପରିଚାଳିତ ହୋଇଥାଏ । ଏଥିରେ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅର୍ଥମନ୍ତ୍ରୀ ।

error: Thank You Keep Visiting