କରୋନା ସମ୍ପର୍କରେ ଗୁଜବ ପ୍ରଚାର କଲେ ମିଳିବ ଦଣ୍ଡ

An Independent Media

ଭୁବନେଶ୍ୱର: କରୋନା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଏପରି ସ୍ଥିତିରେ ଏହାକୁ ନେଇ କୌଣସି ଗୁଜବ ପ୍ରଚାର କଲେ ତାହା ଅପରାଧ ବିବେଚିତ ହେବ। କରୋନା ମୁକାବିଲା ଲାଗି ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ରେଗୁଲେସନରେ ଏହା ଉଲ୍ଲେଖ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିବା ବେଳେ  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ରେଗୁଲେସନ। ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା  ବେଳେ ରାଜ୍ୟ ସରକାର ଏଥିନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ରେଗୁଲେସନ ଅନୁଯାୟୀ, ସବୁ ସରକାରୀ, ଘରୋଇ ହସ୍ପିଟାଲରେ ସନ୍ଦିଗ୍ଧଙ୍କ ପାଇଁ ବ୍ୟବସ୍ଥା ରହିବ। ସମସ୍ତ ସନ୍ଦିଗ୍ଧଙ୍କ ସବୁପ୍ରକାର ତଥ୍ୟ ହସ୍ପିଟାଲ ରଖିବ। କୌଣସି ଘରୋଇ ଲ୍ୟାବ୍‌ରେ କରୋନା ପରୀକ୍ଷାକୁ ଅନୁମତି ନାହିଁ। ବିଦେଶ ଗସ୍ତ କରିଥିଲେ ସେ ସମ୍ପର୍କରେ ସମସ୍ତ ସୂଚନା ଦେବାକୁ ପଡିବ । ଏହି ନିର୍ଦ୍ଦେଶନାମା ଏବେଠାରୁ ୧ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

error: Thank You Keep Visiting