ଶୁକ୍ରବାର ସନ୍ଧ୍ୟା ସୁଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ରେ ପହଞ୍ଚିଛି
ନୂଆଦିଲ୍ଲୀ: କରୋନାଭାଇରସ୍ ବିଶ୍ୱର ଶତାଧିକଦେଶରେ ଆତଙ୍କ ଖେଳାଇ ସାରିଛି । ଏବେ ଭାରତରେ ଆଉ ୫ଜଣ କରୋନାଭାଇରସ୍ରେ ସଂକ୍ରମିତ ହୋଇଥିବା ମାମଲା ଚିହ୍ନଟ ହୋଇଛି। ଏହାକୁ ମିଶାଇଲେ ଆକ୍ରାନ୍ତଙ୍କ ସଂଖ୍ୟା ୮୧ରେ ପହଞ୍ଚି ଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରାଳୟର ତଥ୍ୟ ଅନୁସାରେ ୮୧ ଆକ୍ରାନ୍ତଙ୍କ ମଧ୍ୟରୁ ୬୪ଜଣ ଭାରତୀୟ ଥିବା ବେଳେ ୧୬ଜଣ ଇଟାଲୀୟ ଏବଂ ଜଣେ କାନାଡା ନାଗରିକ ଅଛନ୍ତି। ଗତ ୨୪ଘଣ୍ଟା ଭିତରେ ବିଶ୍ୱରେ କରୋନାଭାଇରସ୍ରେ ୨୦ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏଯାବତ ବିଶ୍ୱରେ ୧,୩୪,୬୭୯ଜଣ ମାରାତ୍ମକ କରୋନାଭାଇରସ୍ରେ ସଂକ୍ରମିତ ହୋଇଥିବା ବେଳେ ୫୦୦୦ଲୋକଙ୍କର ଏହି ଭୂତାଣୁ କାରଣରୁ ମୃତ୍ୟୁ ହୋଇଥିବା କୁହାଯାଉଛି।