କରୋନା ସମ୍ପର୍କରେ ମିଥ୍ୟା ପ୍ରଚାର କରି ଲୋକଙ୍କୁ ଭୟଭୀତ କରିଥିବା ଯୁବକ ଗିରଫ

An Independent Media


କନ୍ଧମାଳ:  ଫେସବୁକରେ କରୋନା ସମ୍ପର୍କରେ ମିଥ୍ୟା ପ୍ରଚାର କରି ଲୋକଙ୍କୁ ଭୟଭୀତ କରିବା ଅଭିଯୋଗରେ ଯୁବକଙ୍କୁ ଗିରଫ କରାଯାଇଛି ।  ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ, କରୋନା ସମ୍ପର୍କିତ ମିଥ୍ୟା ପ୍ରଚାର ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ରାୟଗଡ଼ାର କାଶୀପୁରରେ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେ ଜଣେ କେରଳ ଫେରନ୍ତା ଦାଦନ ଶ୍ରମିକ ବୋଲି ଯୁବକଜଣକ ସୋସିଆଲ ମିଡିଆ ଫେସବୁକରେ ମିଥ୍ୟା ପ୍ରଚାର କରିଥିଲେ। ଏହାକୁ ନେଇ ଲୋକେ ଭୟଭୀତ ହେବା ପରେ ତାଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଅଭିଯୁକ୍ତଙ୍କ ନାଁ ସତ୍ୟନାରାୟଣ ସାମଲ ଓରଫ ଦୀପୁ । ତାଙ୍କ ଘର ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଅଞ୍ଚଳରେ ରହୁଥିବା ସତ୍ୟନାରାୟଣ ସାମଲ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ବୋଲି ଜଣାପଡ଼ିଛି।

error: Thank You Keep Visiting