ଶନିବାର ଅପରାହ୍ନ ସୁଧା ଭାରତରେ ୮୫ଟି କରୋନା ପଜିଟିଭରୁ ୧୦ଜଣ ସୁସ୍ଥ ହୋଇସାରିଛନ୍ତି

An Independent Media

ନୂଆଦିଲ୍ଲୀ : କରୋନା ଭାଇରସ୍‌ କାରଣରୁ ସାରା ଦୁନିଆରେ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଭାରତରେ ନିଜର କାୟା ବିସ୍ତାର କରି ଚାଲିଥିବା କରୋନା ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ମୁତାବକ, ଇତିମଧ୍ୟରେ ୮୫ ଜଣଙ୍କ ନମୁନା ପଜିଟିଭ୍ ଆସିଛି। ସେଥି ମଧ୍ୟରୁ ୭୩ ଜଣ ଚିକିତ୍ସାଧୀନ ଥିବାବେଳେ ୧୦ଜଣ ସୁସ୍ଥ ହୋଇସାରିଥିବା ଜଣାପଡ଼ିଛି। ଅପରପକ୍ଷରେ ୨ ଜଣଙ୍କ ମୃତ୍ୟୁ ଘଟିଛି। କରୋନା ସଂକ୍ରମିତଙ୍କ ମୃତ୍ୟୁ ଖବର ଶୁଣି ଲୋକମାନେ ଅଯଥା ଭୟଭୀତ ନ ହୋଇ ପ୍ରତଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜନ ସଚେତନତା ସୃଷ୍ଟି କରାଯାଉଛି।

error: Thank You Keep Visiting