ଚୀନ ବ୍ୟତୀତ ସବୁଠାରୁ ଅଧିକ କରୋନା ସଂକ୍ରମଣ ୟୁରୋପରେ ହୋଇଛି :ଡବ୍ଲ୍ୟୁଏଚ୍‍ଓ:

An Independent Media

ଜେନେଭା : କରୋନା ଭୂତାଣୁ ସାରା ବିଶ୍ୱକୁ ବ୍ୟାପିସରିଛି । ୟୁରୋପ୍‍ ମୁଖ୍ୟତଃ ଏହାର କେନ୍ଦ୍ରବିନ୍ଦୁ ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‍ଓ)  କହିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଡବ୍ଲ୍ୟୁଏଚ୍‍ଓ ମୁଖ୍ୟ ଟେଡ୍ରସ୍‍ ଅଧନମ୍‍ ଘେବ୍ରିୟେସ୍‍ କହିଛନ୍ତି ଏହି ଭୂତାଣୁ ସଂକ୍ରମଣ କେତେବେଳେ ଚରମ ପର୍ଯ୍ୟାୟରେ ପହଞ୍ଚିବ ତାହା କହିବା ସମ୍ଭବ ନୁହେଁ। ଚୀନ୍‍ ବ୍ୟତୀତ ସବୁଠାରୁ ଅଧିକ ସଂକ୍ରମଣର ଖବର ୟୁରୋପ୍‍ରୁ ଆସୁଥିବା ସେ କହିଛନ୍ତି। ସେହିପରି ୟୁରୋପ୍‍ରୁ ହିଁ  ଅଧିକ ସଂଖ୍ୟକ ଲୋକ ଲୋକ ଭୂତାଣୁ ସଂକ୍ରମଣରେ ପ୍ରାଣ ହରାଇଛନ୍ତି। ଡିସେମ୍ବର ମାସରେ ଚୀନରେ ଦେଖାଦେଇଥିବା ଏହି ଭୂତାଣୁ ସଂକ୍ରମଣରେ ଏପର୍ଯ୍ୟନ୍ତ ୫ହଜାରରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି ଓ ସମଗ୍ର ବିଶ୍ୱରୁ ୧ଲକ୍ଷ ୩୪ହଜାରରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି। ଡବ୍ଲ୍ୟୁଏଚ୍‍ଓ ମୁଖ୍ୟ କହିଛନ୍ତି ଭୂତାଣୁ ସଂକ୍ରମଣ ଯୋଗୁଁ ୫ହଜାରରୁ ଅଧିକ ଲୋକ ପ୍ରାଣ ହରାଇବା ଏକ ଦୁଃଖଦପୂର୍ଣ୍ଣ ଘଟଣା।

error: Thank You Keep Visiting