ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ କମଲନାଥ ବିଜେପି ଓ ସିନ୍ଧିଆଙ୍କୁ କଲେ ଟାର୍ଗେଟ

An Independent Media

ଭୋପାଳ:  ଶୁକ୍ରବାର ଦିନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ନିଜର ଇସ୍ତଫାପତ୍ର ଦେଇଛନ୍ତି। ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ ଇସ୍ତଫା ଦେଇଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ।  ଇସ୍ତଫା ଦେବାର କିଛି ସମୟ ପୂର୍ବରୁ କମଲନାଥ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଥିଲେ।ଏବେ ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏକ ନୂଆ ମୋଡ଼ ନେଇଛି। ଆସ୍ଥା ଭୋଟ ପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ କମଲନାଥ ନିଜ ପଦରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ଲାଲାଜି ଲଣ୍ଡନଙ୍କୁ ଭେଟି ସେ ନିଜ ଇସ୍ତଫା ପତ୍ର ଦେଇଛନ୍ତି। ରାଜ୍ୟପାଳଙ୍କୁ ଇସ୍ତଫା ଦେବା ପୂର୍ବରୁ ସେ ଭୋପାଳ ସ୍ଥିତ ନିଜ ବାସଭବନରେ ସାମ୍ୱାଦିକ ସମ୍ମିଳନୀ କରି ଇସ୍ତଫା ନେଇ ଘୋଷଣା କରିଥିଲେ। ୨୨ ବିଧାୟକଙ୍କ ଇସ୍ତଫା ପରେ କମଲନାଥ ସରକାରଙ୍କ ପାଖରେ ବହୁମତ ନଥିଲା । ତେଣୁ ସେ ପଦରୁ ଇସ୍ତଫା ଦେଇଛନ୍ତି।ସାମ୍ୱାଦିକ ସମ୍ମିଳନୀରେ ସେ ନିଜ ୧ ବର୍ଷ, ତିନି ମାସ ଓ ୨ ଦିନର ଅନୁଭୂତି ବାବଦରେ କହିଥିଲେ। ୧୫ ବର୍ଷରେ ବିଜେପି ସରକାର ରାଜ୍ୟରେ ଯାହା ନକରିଛି, ତାଙ୍କ ସରକାର ମାତ୍ର ୧୫ ମାସରେ ସେସବୁ କରିବାକୁ ସକ୍ଷମ ହୋଇଛି ବୋଲି କମଲନାଥ କହିଛନ୍ତି। ଏହା ସହିତ ପ୍ରଥମରୁ ହିଁ ବିଜେପି ତାଙ୍କ ସରକାର ଭାଙ୍ଗିବାକୁ ଚେଷ୍ଟା ଚଳାଇଥିଲା ବୋଲି ସେ ଅଭିଯୋଗକରିଛନ୍ତି। ଜ୍ୟୋତିରାଦିତ୍ୟଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଜଣେ ମହାରାଜା ସହ ମିଶି ବିଜେପି ମଧ୍ୟପ୍ରଦେଶ ସରକାର ଭାଙ୍ଗିବାର ଷଡ଼ଯନ୍ତ୍ର ରଚିଥିଲା।

error: Thank You Keep Visiting