କଲି ଠାରୁ ଟ୍ଵିନସିଟିରେ ବନ୍ଦ ରହିବ ସମସ୍ତ ପାର୍କ
ଭୁବନେଶ୍ୱର : ରାଜଧାନୀ ସମେତ କଟକର ସମସ୍ତ ପାର୍କ ବନ୍ଦ ରହିବ। ସରକାରୀ ଓ ଘରୋଇ ମାଲିକାନାରେ ଥିବା ସମସ୍ତ ପାର୍କ ରବିବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। କରୋନା ମୁକାବିଲା ନେଇ ପାର୍କଗୁଡ଼ିକୁ ବିଏମ୍ସି ବନ୍ଦ କରିଛି। ସେହିଭଳି କଟକ ପାର୍କକୁ ସିଏମ୍ସି ବନ୍ଦ କରିଥିବା ସୂଚନା ମିଳିଛି । ଟ୍ୱିନ୍ ସିଟିରେ ବନ୍ଦ ରହିବ ସବୁ ପାର୍କ। ଆସନ୍ତା କାଲିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ଥିବା ସମସ୍ତ ପାର୍କ ବନ୍ଦ ରହିବ ବୋଲି ବିଏମ୍ସି ଓ ସିଏମ୍ସି ପକ୍ଷରୁ କୁହାଯାଇଛି।ସମସ୍ତ ସରକାରୀ ଓ ଘରୋଇ ମାଲିକାନାରେ ଥିବା ପାର୍କ ବନ୍ଦ ରହିବ। କରୋନା ଭାଇରସ୍ର ମୁକାବିଲା ନେଇ ବିଏମ୍ସି ଓ ସିଏମ୍ସି ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।ସୂଚନାଯୋଗ୍ୟ, ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭାରତରେ ଏହି ସଂଖ୍ୟା ୨୭୧ରେ ପହଞ୍ଚିଥିବା ବେଳେ ଓଡ଼ିଶାରେ ଦୁଇ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।