ଦେଶ ସାରା ଜାରି ରହିଛି ଜନତା କର୍ଫ୍ୟୁ

An Independent Media

ନୂଆଦିଲ୍ଲୀ: ଦେଶର ଇତିହାସରେ ଏହା ପ୍ରଥମ ଥର ପାଇଁ ଏଭଳି ଏକ ସମୟ ଆସିଛି, ଯେଉଁଥିରେ ଭାରତୀୟମାନେ ଏକାଠି ହୋଇ ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଛନ୍ତି । କରୋନା ଭାଇରସ ମୁକାବିଲା ପାଇଁ ଆଜି (ରବିବାର, ମାର୍ଚ୍ଚ ୨୨) ଜନତା କର୍ଫ୍ୟୁ ଲାଗୁ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଜନତା କର୍ଫ୍ୟୁ ଲାଗି ସମଗ୍ର ଭାରତ ପ୍ରସ୍ତୁତ ହୋଇଛି । ମୁମ୍ବାଇରେ କରୋନା କର୍ଫ୍ୟୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇସାରିଛି । କରୋନାରେ ପୀଡିତ ବର୍ଦ୍ଧିତ ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ମୁମ୍ବାଇକୁ ଆଜି ଠାରୁ ମାର୍ଚ୍ଚ ୩୧ ତାରିଖ ଯାଏଁ ବନ୍ଦ କରି ଦିଆଯାଇଛି । ଓଡ଼ିଶାକୁ ମଧ୍ୟ ଆଜି ପୂର୍ବାହ୍ନ ୭ଟାରୁ ମାର୍ଚ୍ଚ ୨୯ ତାରିଖ ରାତି ୯ଟା ଯାଏଁ ଲକ ଡାଉନ କରାଯାଇଛି । 

error: Thank You Keep Visiting