ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ : ଆପଣ ମାନେ ଯେଉଁଠାରେ ଅଛନ୍ତି ସେଇଠି ହିଁ ରହି ଯାଆନ୍ତୁ

An Independent Media

ନୂଆଦିଲ୍ଲୀ : କରୋନା ଭୟରେ ଲୋକେ ସହରରୁ ଗ୍ରାମାଭିମୁଖୀ ହେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଦେଶବାସୀଙ୍କୁ ନିବେଦନ କରିଛନ୍ତି ଯେ, ଲୋକେ ଯେଉଁଠି ଅଛନ୍ତି, ସେହିଠାରେ ହିଁ ରୁହନ୍ତୁ । ମୋର ଅନୁରୋଧ ଯେ, ସମସ୍ତ ନାଗରିକ ଏହି ଅଭିଯାନକୁ ସଫଳ କରନ୍ତୁ । କରୋନା ସହିତ ମୁକାବିଲା ପାଇଁ ଏକାଠି ହୁଅନ୍ତୁ । କରୋନା ଭୟରେ ମୋର ବହୁତ ଭାଇ-ଭଉଣୀ ଯେଉଁ ସହରରେ କାମ କରି ରୋଜଗାର କରୁଛନ୍ତି, ସେଠାରୁ ଗାଁକୁ ଫେରୁଛନ୍ତି । ଭୀଡ଼ ବଢ଼ାଇଲେ ଏହି ସଂକ୍ରମଣ ଅଧିକ ବ୍ୟାପିବାର ସମ୍ଭାବନା ରହିଛି । ସେ କହିଛନ୍ତି, ଆପଣମାନେ ଯେଉଁଠି ଅଛନ୍ତି, ସେଠାରେ ହିଁ ରୁହନ୍ତୁ ।  ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନରେ ରବିବାର ସକାଳ ୭ଟାରୁ ଜନତା କର୍ଫ୍ୟୁ ଲାଗିଥବା ବେଳେ ଏହା ଆଜି ରାତି ୯ଟା ଯାଏଁ ଜାରି ରହିବ । ମୁମ୍ବାଇ ସମେତ ମହାରାଷ୍ଟ୍ରର ୪ଟି ସହରରେ ମାର୍ଚ୍ଚ ୩୧ ଯାଏଁ ଲକଡାଉନ ଆରମ୍ଭ ହୋଇଯାଇଥିବା ବେଳେ ରାଜସ୍ଥାନରେ ମଧ୍ୟ ଏହାକୁ ଅନୁସରଣ କରାଯାଇଛି । ସେହିଭଳି ଓଡ଼ିଶାରେ ମଧ୍ୟ ଆଜି ସକାଳ ୭ଟାରୁ ମାର୍ଚ୍ଚ ୨୯ ରାତି ୯ଟା ଯାଏଁ ଲକ ଡାଉନ ଆରମ୍ଭ ହୋଇଯାଇଛି । ଦେଶରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିଛି । ଏହି ସଂଖ୍ୟା ରବିବାର (ମାର୍ଚ୍ଚ ୨୨) ୯ଟା ସୁଦ୍ଧା ୩୩୨ରେ ପହଞ୍ଚିଛି । ଭାରତରେ ମୋଟ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ୨୩ ଜଣ ସୁସ୍ଥ ହୋଇ ଘରକୁ ଯାଇଛନ୍ତି । 

error: Thank You Keep Visiting